RBI ଜାରି କରିବ ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌, ଜଲଦି ନ ଚିରିବା ସହିତ ହେବ ନାହିଁ ମଇଳା

ଆରବିଆଇ ଜଲଦି ୧୦୦ ଟଙ୍କିଆ ନୂଆ ନୋଟ ଏବଂ ଖାସ୍‌ ନୋଟ୍‌ ଜାରି କରିବ। ଆରବିଆଇ ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ ଜଲଦି ହିଁ ୧୦୦ ଟଙ୍କିଆ ନୋଟର ବାର୍ନିସ ନୋଟ୍‌ ବଜାରକୁ ଆସିବ। ଏହା ମାର୍କେଟକୁ ଆସିବା ପୂର୍ବରୁ ପ୍ରଥମେ ଟ୍ରାଏଲ ଆଧାରରେ ଜାରି କରାଯିବ। ଖାସ୍‌ ଆସ୍ତରଣ ଦିଆଯାଇଥିବା ନୋଟ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିଥାଏ। ଅର୍ଥାତ ଖାସ୍‌ ଲେୟର ଦିଆଯାଇଥିଲେ ଏହା ଜଲଦି ଫାଟି ନଥାଏ।

ବାର୍ନିସ ନୋଟ ଦୁନିଆରେ ଅନେକ ଦେଶରେ ବ୍ୟବହାର କରାଯାଉଛି। ଏହାର ଭଲ ପ୍ରତିକ୍ରିୟାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ୍‌ ଭାରତରେ ଉପଲବ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଆରମ୍ଭ ପ୍ରଥମେ ୧୦୦ ଟଙ୍କିଆରୁ ହେବ।

ଆମ ଘରେ ରହିଥିବା କାଠର ଫର୍ଣ୍ଣିଚରକୁ ଏକ ବହୁତ ଭଲ ଆସ୍ତରଣ ଦେବା ଦ୍ୱାରା ତାହା ଚମକି ଉଠିଥାଏ ଏବଂ ତାହା ଅଧିକ ଦିନ ଧରି ଲାଷ୍ଟିଂ ହୋଇଥାଏ। ଠିକ୍‌ ସେହିପରି ଏହି ନୋଟାରେ ଏକ ପତଳା ଆସ୍ତରଣ ଚଢ଼ା ଯାଇଥିବ ଯାହା ନୋଟରେ ଲାଗିଥିବା ମଇଳାଠୁ ରକ୍ଷା କରିବ ଏବଂ ନୋଟକୁ ଶୀଘ୍ର ଖରାପ ହେବାକୁ ଦେବନାହିଁ। ନୋଟ ପ୍ରିଟିଂ ପରେ ଏହା ଉପରେ ବାର୍ନିସ କରାଯାଇଥାଏ।

ଏହାସହ ପଢନ୍ତୁ : ଏଣିକି ରେଳ ଷ୍ଟେସନ, ଏୟାରପୋର୍ଟ ଏବଂ ମଲରେ ନେଇପାରିବେ ମାଟି ପାତ୍ରରେ ଚା’ ପିଇବାର ମଜା : ନିତିନ ଗଡକରୀଙ୍କ ନୂଆ…

ବର୍ତ୍ତମାନ ପ୍ରଚଳନ ହେଉଥିବା ନୋଟ୍‌ ଶୀଘ୍ର ଖରାପ ହୋଇଯାଇଥାଏ। ଏଥିସହିତ ଜଲଦି ଫାଟି ଯାଇଥାଏ ଏବଂ ମଇଳା ହୋଇଯାଇଥାଏ। ରିଜର୍ଭ ବ୍ୟାଙ୍କକୁ ପ୍ରତିବର୍ଷ ଲକ୍ଷ କୋଟି ଟଙ୍କାର ମଇଳା ଏବଂ ଫଟା ନୋଟକୁ ରିପ୍ଲେସ୍‌ କରିବାକୁ ପଡୁଛି। ସାଧାରଣତଃ ପାଞ୍ଚଟି ନୋଟ ମଧ୍ୟରୁ ଗୋଟିଏକୁ ପ୍ରତିବର୍ଷ ହଟାଇ ଦିଆଯାଉଛି। ଏଥିପାଇଁ ଏକ ବହୁତ ବଡ ରାଶି ଖର୍ଚ୍ଚ କରିବାକୁ ପଡିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଦୁନିଆର ଅନେକ ଦେଶ ପ୍ଲାଷ୍ଟିକ ନୋଟର ବ୍ୟବହାର କରୁଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

6 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

8 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

8 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

10 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

10 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

10 hours ago