Below header

RBI ଜାରି କରିବ ୧୦୦ ଟଙ୍କିଆ ନୂଆ ବାର୍ନିସ ନୋଟ୍‌, ଜଲଦି ନ ଚିରିବା ସହିତ ହେବ ନାହିଁ ମଇଳା

ଆରବିଆଇ ଜଲଦି ୧୦୦ ଟଙ୍କିଆ ନୂଆ ନୋଟ ଏବଂ ଖାସ୍‌ ନୋଟ୍‌ ଜାରି କରିବ। ଆରବିଆଇ ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ ଜଲଦି ହିଁ ୧୦୦ ଟଙ୍କିଆ ନୋଟର ବାର୍ନିସ ନୋଟ୍‌ ବଜାରକୁ ଆସିବ। ଏହା ମାର୍କେଟକୁ ଆସିବା ପୂର୍ବରୁ ପ୍ରଥମେ ଟ୍ରାଏଲ ଆଧାରରେ ଜାରି କରାଯିବ। ଖାସ୍‌ ଆସ୍ତରଣ ଦିଆଯାଇଥିବା ନୋଟ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିଥାଏ। ଅର୍ଥାତ ଖାସ୍‌ ଲେୟର ଦିଆଯାଇଥିଲେ ଏହା ଜଲଦି ଫାଟି ନଥାଏ।

ବାର୍ନିସ ନୋଟ ଦୁନିଆରେ ଅନେକ ଦେଶରେ ବ୍ୟବହାର କରାଯାଉଛି। ଏହାର ଭଲ ପ୍ରତିକ୍ରିୟାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ୍‌ ଭାରତରେ ଉପଲବ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଆରମ୍ଭ ପ୍ରଥମେ ୧୦୦ ଟଙ୍କିଆରୁ ହେବ।

100 rupeeଆମ ଘରେ ରହିଥିବା କାଠର ଫର୍ଣ୍ଣିଚରକୁ ଏକ ବହୁତ ଭଲ ଆସ୍ତରଣ ଦେବା ଦ୍ୱାରା ତାହା ଚମକି ଉଠିଥାଏ ଏବଂ ତାହା ଅଧିକ ଦିନ ଧରି ଲାଷ୍ଟିଂ ହୋଇଥାଏ। ଠିକ୍‌ ସେହିପରି ଏହି ନୋଟାରେ ଏକ ପତଳା ଆସ୍ତରଣ ଚଢ଼ା ଯାଇଥିବ ଯାହା ନୋଟରେ ଲାଗିଥିବା ମଇଳାଠୁ ରକ୍ଷା କରିବ ଏବଂ ନୋଟକୁ ଶୀଘ୍ର ଖରାପ ହେବାକୁ ଦେବନାହିଁ। ନୋଟ ପ୍ରିଟିଂ ପରେ ଏହା ଉପରେ ବାର୍ନିସ କରାଯାଇଥାଏ।

ଏହାସହ ପଢନ୍ତୁ : ଏଣିକି ରେଳ ଷ୍ଟେସନ, ଏୟାରପୋର୍ଟ ଏବଂ ମଲରେ ନେଇପାରିବେ ମାଟି ପାତ୍ରରେ ଚା’ ପିଇବାର ମଜା : ନିତିନ ଗଡକରୀଙ୍କ ନୂଆ…

ବର୍ତ୍ତମାନ ପ୍ରଚଳନ ହେଉଥିବା ନୋଟ୍‌ ଶୀଘ୍ର ଖରାପ ହୋଇଯାଇଥାଏ। ଏଥିସହିତ ଜଲଦି ଫାଟି ଯାଇଥାଏ ଏବଂ ମଇଳା ହୋଇଯାଇଥାଏ। ରିଜର୍ଭ ବ୍ୟାଙ୍କକୁ ପ୍ରତିବର୍ଷ ଲକ୍ଷ କୋଟି ଟଙ୍କାର ମଇଳା ଏବଂ ଫଟା ନୋଟକୁ ରିପ୍ଲେସ୍‌ କରିବାକୁ ପଡୁଛି। ସାଧାରଣତଃ ପାଞ୍ଚଟି ନୋଟ ମଧ୍ୟରୁ ଗୋଟିଏକୁ ପ୍ରତିବର୍ଷ ହଟାଇ ଦିଆଯାଉଛି। ଏଥିପାଇଁ ଏକ ବହୁତ ବଡ ରାଶି ଖର୍ଚ୍ଚ କରିବାକୁ ପଡିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଦୁନିଆର ଅନେକ ଦେଶ ପ୍ଲାଷ୍ଟିକ ନୋଟର ବ୍ୟବହାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.