Below header

ଲାଞ୍ଚ ନଦେବାରୁ ଠିକାଦାରଙ୍କୁ ଜୀବନ୍ତ ପୋଡି ହତ୍ୟା କଲେ ଦୁର୍ବୃତ୍ତ, ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା

ଗୋପାଳଗଞ୍ଜ: ବିହାରରେ ଅପରାଧୀମାନେ ଦିନକୁ ଦିନ ସୀମା ଲଙ୍ଘିବାକୁ ଲାଗିଲେଣି । ଆଉ ଏକ ନୂଆ ମାମଲା ଗୋପାଳଗଞ୍ଜ ଜିଲ୍ଲାରୁ ଆସିଛି । ଯେଉଁଠାରେ ଅପରାଧୀମାନେ ଗଣ୍ଡକ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ପଶି ଜଣେ ଠିକାଦାରଙ୍କୁ ଜୀବନ୍ତ ପୋଡି ହତ୍ୟା କରିଛନ୍ତି। ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଅପରାଧୀଙ୍କୁ ଖୋଜିବାରେ ଲାଗିପଡିଛି ।

ପୋଲିସ୍ ଅଧୀକ୍ଷକ ରସିଦ୍ ଜମା କହିଛନ୍ତି କି, ମୃତକ ଠିକାଦାର ରାମାଶଙ୍କର ସିଂହଙ୍କ ପରିବାର ପକ୍ଷରୁ ଏନେଇ ପ୍ରାଥମିକ ମାମଲା ରୁଜୁ କରାଯାଇଛି । ଏସପିଙ୍କ ମୁତାବକ ପ୍ରାଥମିକ ତଦନ୍ତରୁ ପୀଡିତଙ୍କ ପରିବାର ପକ୍ଷରୁ ଜଣାପଡିଛି କି, ଫ୍ଳଡ୍ କଣ୍ଟ୍ରୋଲ୍ ଡିପାର୍ଟମେଣ୍ଟର ମୁଖ୍ଯ ମୁରଲିଧର ସିଂହ ରାମାଶଙ୍କରଙ୍କ ବକେୟା ରାଶି ସୁଝିବା ନେଇ ଲାଞ୍ଚ ମାଗୁଥିଲେ । ଯାହା ନଦେବାରୁ ତାଙ୍କୁ ହତ୍ୟା କରାଯାଇଛି ।

ଅପରପକ୍ଷେ ହତ୍ୟା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୀଡିତଙ୍କ ପରିବାର ପକ୍ଷରୁ କୁହାଯାଇଛି କି, ରାମାଶଙ୍କରଙ୍କୁ ଲଗାତାର ଲାଞ୍ଚ ଲଗାଯାଉଥିଲା । ଏହି ଘଟଣାରେ ପୋଲିସ୍ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିବାବେଳେ ରାମାଶଙ୍କର ହତ୍ୟାକୁ ବିରୋଧ କରି ସ୍ଥାନୀୟ ଲୋକେ ୨୮ନଂ ରାଷ୍ଟ୍ରୀୟ ରାଜପଥକୁ କିଛି ଘଣ୍ଟା ଅବରୋଧ କରିଥିଲେ । ଯାହାଫଳରେ ଯାନବାହାନ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ବୁଝାଇବାରୁ ପରିସ୍ଥିତି ଠିକ୍ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.