ମାତ୍ର ୫ ଟଙ୍କାରେ ମ୍ୟୁଚୁଆଲ ଫଣ୍ଡରେ କରନ୍ତୁ ବିନିଯୋଗ, ପାଇବେ ଅଧିକ ଲାଭ

ଆଗାମୀ ସମୟରେ ଆପଣମାନେ କେବଳ ମାତ୍ର ୫ ଟଙ୍କାରେ ହିଁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) କରିପାରିବେ। ଡିଜିଟାଲ ଟାଇଅପ ଏବଂ ମ୍ୟୁଚୁଆଲ ଫଣ୍ଡର ପ୍ରବେଶ ସୁବିଧା ବଢାଇବା ପାଇଁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀର ସଂଗଠନ AMFI ନିଜର ପ୍ରମାଣପତ୍ରରେ ବର୍ତ୍ତମାନ ୨୫ ଲକ୍ଷ କୋଟି ଟଙ୍କାର AUM ର ଚାରି ଗୁଣା ବଢାଇ ୧୦୦ ଲକ୍ଷ କୋଟି ଟଙ୍କା ପର୍ଯ୍ଯନ୍ତ ପହଞ୍ଚାଇବାର ଆଶା ରଖିଛି।
AMFI ର ଚିଫ୍ ଏଗ୍ଜିକ୍ଯୁଟିଭ ଏନଏସ ଭେଙ୍ଗଟେଶଙ୍କ କହିବା ଅନୁଯାୟୀ ଟେକ୍ନୋଲୋଜି ସାହାଯ୍ୟରେ ୫ ଟଙ୍କାର SIP ସହଜ ହେବ। ଆଧାର ସାହାଯ୍ଯରେ ଛୋଟ ଛୋଟ ସହରର ଲୋକମାନେ ମ୍ୟୁଚୁଆଲ ଫଣ୍ଡ ସହ ଯୋଡି ହେବା ସହଜ ହୋଇପାରିବ ଏବଂ ଲୋକମାନଙ୍କୁ ମ୍ୟୁଚୁଆଲ ଫଣ୍ଡରେ ଭରସା କମ ହେବ ନାହିଁ। ଏହି ସୁବିଧା ଆଗାମୀ ୮ ରୁ ୧୦ ମାସ ମଧ୍ଯରେ ଆରମ୍ଭ ହେବାର ଆଶା ରଖାଯାଇଛି। ମ୍ୟୁଚୁଆଲ ଫଣ୍ଡରେ ୧୫ ପ୍ରତିଶତ ସେୟାର ଛୋଟ ସହରରେ ହେବ। ଏହି ଲକ୍ଷ୍ଯକୁ ଆସୁଥିବା ବର୍ଷରେ ବଢାଇ ୩୦ଳ ପ୍ରତିଶତ କରିବାର ଲକ୍ଷ୍ଯ ରଖାଯାଇଛି।

SIP କଣ ?

ସିପ (SIP) ବା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ ଆପଣଙ୍କୁ ପ୍ରତ୍ଯେକ ମାସରେ ଆପଣଙ୍କ ପସନ୍ଦିତ ଏକ ନିଶ୍ଚିନ୍ତ ମୂଲ୍ଯ ଦେଇଥାଏ। ଏହା ଇକ୍ବିଟୀ ମ୍ୟୁଚୁଆଲ ଫଣ୍ଡରେ ଆରମ୍ଭ ହୋଇଥାଏ। ଏହି ଫଣ୍ଡରେ ଅନୁଶାସନର ଅନେକ ମହତ୍ବ ରହିଛି। SIP ଏହି ଅନୁଶାସନକୁ ଅବିରତ ରଖିଥାଏ। ଏହାବ୍ଯତୀତ ସେୟାର ବଜାରର ଭଲ କିମ୍ବା ଖରାପ ଚାଲିଥିଲେ ମଧ୍ଯ SIP ନିୟମିତ ରୂପେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଜାରି ରଖିଥାଏ।

moneyଅର୍ଥ ବିନିଯୋଗ କରିବାର ମାର୍ଗ

ମ୍ୟୁଚୁଆଲ ଫଣ୍ଡରେ SIP ତିନୋଟି ଉପାୟରେ ଅର୍ଥ ବିନିଯୋଗ କରିଥାଏ। ଏଥିପାଇଁ ମ୍ୟୁଚୁଆଲ ଫଣ୍ଡର କମ୍ପାନୀର ୱେବସାଇଡକୁ ଯାଇ ବିନିଯୋଗ କରିବାକୁ ପଡ଼ିବ।

ଏହାସହ ପଢନ୍ତୁ: ସେପ୍ଟେମ୍ବର ୧ରୁ ହେବାକୁ ଯାଉଛି ଏହି ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କେମିତି ପଡିବ ପ୍ରଭାବ

ଅର୍ଥ ବିନିଯୋଗ କରିବା ପାଇଁ କୌଣସି ବୟସ ସୀମା ନାହିଁ

ମ୍ୟୁଚୁଆଲ ଫଣ୍ଡରେ ଅର୍ଥ ବିନିଯୋଗ ପାଇଁ କୌଣସି ବୟସ ସୀମା ନାହିଁ। କୌଣସି ବୟସର ବ୍ଯକ୍ତିମାନେ ମ୍ୟୁଚୁଆଲ ରେ ଫଣ୍ଡରେ ଅର୍ଥ ବିନିଯୋଗ କରିପାରିବେ। ଯଦି ଆପଣ ଟିକିଏ ରିସ୍କର ସହ ଦୀର୍ଘ ଦିନ ପର୍ଯ୍ଯନ୍ତ SIP ଜରିଆରେ ବିନିଯୋଗ କରିବେ ତେବେ ଦ୍ବିତୀୟ ଥର ଅର୍ଥ ବିନିଯୋଗ କରିବା ସମୟରେ ଭଲ ଅପ୍ସନ ପାଇପାରିବେ। ଏଥିରେ ଆପଣ ବିନିଯୋଗ କରିଥିବା ଅର୍ଥ ମଧ୍ଯ ଫେରିପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.