ବ୍ୟବସାୟ ଓ ଅର୍ଥନୀତି

୫ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏସ୍‌ବିଆଇର ମେଗା ଅକ୍ସନ: ଶସ୍ତାରେ ପାଇପାରିବେ ବିଭିନ୍ନ ପ୍ରପଟି, ଜାଣନ୍ତୁ କିଣିବାର ପ୍ରୋସେସ୍‌

ନୂଆଦିଲ୍ଲୀ :  ଦେଶର ବୃହତ୍ତ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ୫ ମାର୍ଚ୍ଚରୁ ଡିଫଲ୍ଟ ପ୍ରପଟି ନିଲାମ କରିବାକୁ ଯାଉଛି । ଏହିସବୁ ସମ୍ପତ୍ତି ମେଗା ଇ-ଅକ୍ସନ ଜରିଆରେ ନିଲାମ ହେବ । ଏହି ନିଲାମରେ ଆପଣ ଶସ୍ତାରେ ଘର, ଗାଡ଼ି, ଜମି ସହ ପ୍ଲାଣ୍ଟ ଓ ମେସିନାରୀ ପାଇଁ ନିଲାମ ଡାକିପାରିବେ । ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିପାରିନଥିବା ସମ୍ପତ୍ତିଗୁଡ଼ିକୁ ବ୍ୟାଙ୍କ ଇ- ନିଲାମ ଜରିଆରେ ନିଲାମ କରିବେ ।

ଏଥରେ ଭାଗ ନେଇ ଆପଣ ଶସ୍ତାରେ ପାଇ ପାରିବେ ଏହିସବୁ ସମ୍ପତ୍ତି ବୋଲି ଏସ୍‌ବିଆଇ ତା’ର ଟ୍ଵିଟରରେ ଲେଖିଛି । ଏହି ସବୁ ଡିଫଲ୍ଟ ପ୍ରପଟି ଦେଶର ବିଭିନ୍ନ ସହରରେ ରହିଛି । ଆପଣ ଚାହିଁଲେ ନିଜ ନିକଟତମ ଅଞ୍ଚଳର ପ୍ରପଟି ଉପରେ ଡାକ ଲଗାଇ ପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ନିଲାମରେ ଭାଗ ନେବାକୁ ପ୍ରୋସେସ୍‌ ।

ଏଥିରେ ଭାଗ ନେବାକୁ ଏସ୍‌ବିଆଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର-  (୦୩୩ -୪୦୬୦୨୪୦୩/୪୦୦୬୭୩୫୧/୪୦୬୨୮୨୫୩/୪୦୬୪୫୩୧୬/୪୦୬୪୫୨୦୭/୪୦୬୦୯୧୧) ରେ ଯୋଗାଯୋଗ କରିପାରିବେ ।

ଅକ୍ସନ ସମ୍ପର୍କରେ ଅଧିକ ଜାଣିବା ପାଇଁ ବା ପ୍ରପଟି ଦେଖିବାପାଇଁ ଏହି ଲିଙ୍କ୍‌ରେ ଭିଜିଟ୍‌ କରନ୍ତୁ- https://ibapi.in
ନିଲାମୀ ପ୍ଲାଟ୍‌ଫର୍ମ -https://www.mstcecommerce.com/auctionhome/ibapi/index.jsp

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago