Image Credit: TWITTER/@DREAMGIRLHEMA
ବଲିଉଡ୍ର ଡ୍ରିମ୍ଗାର୍ଲ ତଥା ମଥୁରାର ବିଜେପି ସାଂସଦ ହେମାମାଳିନୀ କରୋନା ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଇଛନ୍ତି। ଭ୍ୟାକ୍ସିନ୍ ନେବା ବେଳର ଫଟୋକୁ ହେମାମାଳିନୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏ ଅବସରରେ ସେ କ୍ୟାପସନ୍ ଲେଖିଛନ୍ତି, ମୁଁ କୁପର ହସ୍ପିଟାଲରେ ଲୋକଙ୍କ ସହ ଟିକା ନେଇଛି।
ଟିକା ନେବା ପରେ ୭୨ ବର୍ଷୀୟା ବଲିଉଡ୍ର ଡ୍ରିମ୍ଗାର୍ଲଙ୍କ ନାଁ ଟିକା ନେଇଥିବା ଅନ୍ୟ ବ୍ୟକ୍ତି ବିଶେଷଙ୍କ ସହ ଯୋଡ଼ି ହୋଇଛି। ଏହା ପୂର୍ବରୁ ସୈଫ୍ଅଲ୍ଲୀ ଖାନ୍, କମଲ ହାସନ, ରାକେଶ ରୋଶନ୍ ଓ ସତୀଶ ଶାହ ପ୍ରମୁଖ ସେଲିବ୍ରିଟି ମଧ୍ୟ କରୋନା ଟିକା ନେଇଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ବଲିଉଡ୍ର ବହୁ ବଡ଼ ବଡ଼ ସେଲିବ୍ରିଟି କରୋନା କବ୍ଜାକୁ ଆସିସାରିଛନ୍ତି। ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଅର୍ଜୁନ୍ କପୁର, ମଲାଇକା ଆରୋରା ପ୍ରମୁଖ ଅଭିନେତା ଅଭିନେତ୍ରୀ କରୋନା ଭାଇରସ୍ ସଂକ୍ରମିତ ହୋଇସାରିଛନ୍ତି।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…