ବଲିଉଡ୍‌ର ‘ଡ୍ରିମ୍‌ଗାର୍ଲ’ ନେଲେ କରୋନା ଟିକା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ବଲିଉଡ୍‌ର ଡ୍ରିମ୍‌ଗାର୍ଲ ତଥା ମଥୁରାର ବିଜେପି ସାଂସଦ ହେମାମାଳିନୀ କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। ଭ୍ୟାକ୍‌ସିନ୍‌ ନେବା ବେଳର ଫଟୋକୁ ହେମାମାଳିନୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏ ଅବସରରେ ସେ କ୍ୟାପସନ୍‌ ଲେଖିଛନ୍ତି, ମୁଁ କୁପର ହସ୍ପିଟାଲରେ ଲୋକଙ୍କ ସହ ଟିକା ନେଇଛି।

ଟିକା ନେବା ପରେ ୭୨ ବର୍ଷୀୟା ବଲିଉଡ୍‌ର ଡ୍ରିମ୍‌ଗାର୍ଲଙ୍କ ନାଁ ଟିକା ନେଇଥିବା ଅନ୍ୟ ବ୍ୟକ୍ତି ବିଶେଷଙ୍କ ସହ ଯୋଡ଼ି ହୋଇଛି। ଏହା ପୂର୍ବରୁ ସୈଫ୍‌ଅଲ୍ଲୀ ଖାନ୍‌, କମଲ ହାସନ, ରାକେଶ ରୋଶନ୍‌ ଓ ସତୀଶ ଶାହ ପ୍ରମୁଖ ସେଲିବ୍ରିଟି ମଧ୍ୟ କରୋନା ଟିକା ନେଇଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ବଲିଉଡ୍‌ର ବହୁ ବଡ଼ ବଡ଼ ସେଲିବ୍ରିଟି କରୋନା କବ୍‌ଜାକୁ ଆସିସାରିଛନ୍ତି। ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଅର୍ଜୁନ୍‌ କପୁର, ମଲାଇକା ଆରୋରା ପ୍ରମୁଖ ଅଭିନେତା ଅଭିନେତ୍ରୀ କରୋନା ଭାଇରସ୍‌ ସଂକ୍ରମିତ ହୋଇସାରିଛନ୍ତି।