୫ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏସ୍ବିଆଇର ମେଗା ଅକ୍ସନ: ଶସ୍ତାରେ ପାଇପାରିବେ ବିଭିନ୍ନ ପ୍ରପଟି, ଜାଣନ୍ତୁ କିଣିବାର ପ୍ରୋସେସ୍
![sbi](https://knewsodisha.com/wp-content/uploads/2021/03/sbi-0.jpg)
ନୂଆଦିଲ୍ଲୀ : ଦେଶର ବୃହତ୍ତ ସରକାରୀ ବ୍ୟାଙ୍କ ଏସ୍ବିଆଇ ୫ ମାର୍ଚ୍ଚରୁ ଡିଫଲ୍ଟ ପ୍ରପଟି ନିଲାମ କରିବାକୁ ଯାଉଛି । ଏହିସବୁ ସମ୍ପତ୍ତି ମେଗା ଇ-ଅକ୍ସନ ଜରିଆରେ ନିଲାମ ହେବ । ଏହି ନିଲାମରେ ଆପଣ ଶସ୍ତାରେ ଘର, ଗାଡ଼ି, ଜମି ସହ ପ୍ଲାଣ୍ଟ ଓ ମେସିନାରୀ ପାଇଁ ନିଲାମ ଡାକିପାରିବେ । ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିପାରିନଥିବା ସମ୍ପତ୍ତିଗୁଡ଼ିକୁ ବ୍ୟାଙ୍କ ଇ- ନିଲାମ ଜରିଆରେ ନିଲାମ କରିବେ ।
ଏଥରେ ଭାଗ ନେଇ ଆପଣ ଶସ୍ତାରେ ପାଇ ପାରିବେ ଏହିସବୁ ସମ୍ପତ୍ତି ବୋଲି ଏସ୍ବିଆଇ ତା’ର ଟ୍ଵିଟରରେ ଲେଖିଛି । ଏହି ସବୁ ଡିଫଲ୍ଟ ପ୍ରପଟି ଦେଶର ବିଭିନ୍ନ ସହରରେ ରହିଛି । ଆପଣ ଚାହିଁଲେ ନିଜ ନିକଟତମ ଅଞ୍ଚଳର ପ୍ରପଟି ଉପରେ ଡାକ ଲଗାଇ ପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ନିଲାମରେ ଭାଗ ନେବାକୁ ପ୍ରୋସେସ୍ ।
ଏଥିରେ ଭାଗ ନେବାକୁ ଏସ୍ବିଆଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର- (୦୩୩ -୪୦୬୦୨୪୦୩/୪୦୦୬୭୩୫୧/୪୦୬୨୮୨୫୩/୪୦୬୪୫୩୧୬/୪୦୬୪୫୨୦୭/୪୦୬୦୯୧୧) ରେ ଯୋଗାଯୋଗ କରିପାରିବେ ।
ଅକ୍ସନ ସମ୍ପର୍କରେ ଅଧିକ ଜାଣିବା ପାଇଁ ବା ପ୍ରପଟି ଦେଖିବାପାଇଁ ଏହି ଲିଙ୍କ୍ରେ ଭିଜିଟ୍ କରନ୍ତୁ- https://ibapi.in
ନିଲାମୀ ପ୍ଲାଟ୍ଫର୍ମ -https://www.mstcecommerce.com/auctionhome/ibapi/index.jsp