Below header

ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ, ମିଶନ ଶକ୍ତି ନାମରେ ନୂଆ ବିଭାଗ କରାଯିବ ସୃଷ୍ଟି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମିଶନ ଶକ୍ତି ନାମରେ ନୂଆ ବିଭାଗ ସୃଷ୍ଟି କରାଯିବ । ମହିଳା ଦିବସ ପୂର୍ବରୁ ରାଜ୍ୟ ସରକାର ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି । ମିଶନ ଶକ୍ତିରେ ଅଛନ୍ତି ୮୦ ଲକ୍ଷ ମହିଳା ସଦସ୍ୟ । ୧୦ଟି ମେଗା ରୁରାଲ ପାଇପ ୱାଟର ଯୋଗାଣ ସ୍କିମ ନିର୍ମାଣ କରାଯିବ। ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମପଞ୍ଚାୟତ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ପଞ୍ଚାୟତରେ ମଧ୍ୟ ରୁରାଲ ପାଇପ ୱାଟର ସ୍କିମ ସାମିଲ ହେବ ।

ବାଲେଶ୍ୱର ଜିଲ୍ଲାର ରେମୁଣାରେ ଏମ୍‌ସର ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେଇଛନ୍ତି । ଓଡ଼ିଶା ବିହନ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉନ୍ନତମାନର ବିହନ ଓ ଚାରା ଯୋଗାଇ ଦିଆଯିବ । ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁର୍ନଗଠନ କରାଯାଇଛି । ୨ଟି ନୂଆ ଅବକାରୀ ଜିଲ୍ଲା ଓ ୫ଟି ନୂଆ ଅବକାରୀ ଥାନାକୁ ମଞ୍ଜୁରୀ ଦିଆଯାଇଛି । ଲୋକାୟୁକ୍ତଙ୍କ ୨୦୧୯ ବାର୍ଷିକ ରିପୋର୍ଟକୁ କ୍ୟାବିନେଟର ଅନୁମୋଦନ ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.