Below header

ଭଞ୍ଜନଗର : ଘରେ ପଶିଗଲେ ଜଙ୍ଗଲୀ ବାର୍‌ହା, ଗାଁରେ ପଡ଼ିଲା ଭାଳେଣି

ଭଞ୍ଜନଗର (କେ ନ୍ୟୁଜ୍‌) : ବଣରୁ ବାଟବଣା ହୋଇଗଲେ । ପ୍ରଥମେ ଗାଁ ଓ ପରେ ଜଣେ ବ୍ଯକ୍ତିଙ୍କ ଘର ଭିତରେ ପଶିଲେ ୩ଟି ବଣୁଆ ବାରହା । ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଫରେଷ୍ଟ ସେକସନ୍‌ରେ । ଏଠାକାର କେ. ନୂଆଁଗଡ ଗାଁରେ ଦେଖିବାକୁ ମିଳିଥିଲେ ଏହି ଜଙ୍ଗଲୀ ବାରହା ।

BARHA

ସେମାନେ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶିଆସି ଥିଲେ । ତେବେ ଲୋକଙ୍କୁ ଦେଖି କେ. ନୂଆଁଗଡ ଗାଁର ଅରକ୍ଷିତ ପୋଲାଇଙ୍କ ଘର ଭିତରେ ପଶି ଯାଇଥିଲେ । ଘର ଲୋକେ ଏକ କାଳୀନ ତିନିଟି ହିଂସ୍ର ବାରହାଙ୍କୁ ଦେଖି ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ । ତିନିଟି ଯାକ ଜନ୍ତୁ ଘରର ଶେଷରେ ଥିବା ପାଇଖାନା ଘରେ ଦୀର୍ଘ ସମୟ ଧରି ରହିଯାଇଥିଲେ । ସେମାନଙ୍କୁ ଲୋକେ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ ଏକ ଘଣ୍ଟା ପରେ ସେମାନେ ଘରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ । ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ପହଞ୍ଚିବା ପୂର୍ବରୁ ତିନିଟି ଯାକ ବାରହା ଘରୁ ବାହାରି ଚାଲି ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.