ବ୍ୟବସାୟ ଓ ଅର୍ଥନୀତି

ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜିର ତାଜା ଅପଡେଟ

କେନ୍ୟୁଜ୍ (ବ୍ୟୁରୋ): ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଅଳ୍ପ କମି ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛି ପରିବର୍ତ୍ତନ ହୋଇ ହୋଇଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୩୩ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Barsha

Recent Posts

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

5 mins ago

ପକୁଡି ଅଧିକା ମାଗିଦେଲା ବୋଲି ନିଜ ଝିଅକୁ ମାରିଦେଲା ମାଆ, ହେଲେ ସାନଭାଇ ଖୋଲିଦେଲା ରହସ୍ୟ

ଉମରକୋଟ (କେନ୍ୟୁଜ) : ଏଇ ସେହି ମାଆ । ଯାହାର ଟିକିଏ ବି ନିଜ ଛୁଆ ପାଇଁ ସ୍ନେହ ମମତା…

5 mins ago

କଲରାବାଙ୍କରେ ବିଶ୍ୱଶାନ୍ତି ମହାଯଜ୍ଞ, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଲା ସାରା ଗ୍ରାମ

କଲରାବାଙ୍କରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱଶାନ୍ତି ମହାଯଜ୍ଞ । ଗ୍ରାମର ଶ୍ରୀ ରଘୁନାଥଜୀଉ ଓ ସଂକଟମୋଚନ ମନ୍ଦିରର ସପ୍ତଦଶ ବାର୍ଷିକ ଯଜ୍ଞ…

14 mins ago

ହେଲିକପ୍ଟରରେ କାହିଁକି ପାରାସୁଟ୍‌ ରଖାଯାଏ ନାହିଁ ?

ଆପଣ ନିଶ୍ଚିତ ଭାବରେ କେବେ ନାଁ କେବେ ହେଲିକପ୍ଟରରେ ଯାତ୍ରା କରିଥିବେ ନିଶ୍ଚୟ, ଏହା ବ୍ୟତୀତ ଆପଣ ବିମାନର ଦୁର୍ଘଟଣାର…

32 mins ago

ଭୋଟିଂ ପାଇଁ ଯିବା ସମୟରେ ବେବିବମ୍ପକୁ ନେଇ ଟ୍ରୋଲ୍ ହେଲେ ଦୀପିକା, ସପୋର୍ଟ କଲେ ଅଲିଆ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଚଳିତ ବର୍ଷ ସେମାନଙ୍କର ପ୍ରଥମ ସନ୍ତାନକୁ ଏହି ଦୁନିଆରେ ସ୍ୱାଗତ କରିବେ ।…

35 mins ago

ନଦୀରୁ ଶିଶୁଙ୍କୁ ରେସ୍‌କ୍ୟୁ କରିବାକୁ ଯାଇଥିବା SDRFର ଡଙ୍ଗା ଓଲଟିଲା, ୩ ଯବାନଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଅହମ୍ମଦନଗରରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ପ୍ରଭରା ନଦୀରେ ବୁଡ଼ି ଯାଇଥିବା ଦୁଇ ପିଲାଙ୍କୁ ରେସ୍‌କ୍ୟୁ…

39 mins ago