କରୋନା ଭାଇରସ

ଗତକାଲି ଟିକାକରଣ ପାଇଁ Co-Win ପୋର୍ଟାଲ୍‌ରେ ୨୫ ଲକ୍ଷ ପଞ୍ଜୀକରଣ, ୪ ଲକ୍ଷ ୨୭ ହଜାର ଜଣଙ୍କୁ ଦିଆଗଲା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ସାରା ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ । ଅନେକ ଲୋକ ଟିକା ନେଇଥିବା ବେଳେ ଲକ୍ଷ ଲକ୍ଷ ଲୋକ CoWIN ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖରେ CoWIN ପୋର୍ଟାଲ୍‌ରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି ।

ଏଥିରେ ୨୪.୫ ଲକ୍ଷ ସାଧାରଣ ନାଗରିକ ଥିବା ବେଳେ ବାକି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ୍‌ ଓ୍ଵାର୍କର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ୪ ଲକ୍ଷ ୨୭ ହଜାର ୭୨ ଭ୍ୟାକ୍ସିନ୍‌ ଡୋଜ୍‌ ଦିଆଯାଇଛି । ୩ ଲକ୍ଷ ୨୫ ହଜାର ୪୮୫ ପ୍ରଥମ ଡୋଜ୍‌ ଓ ୧ ଲକ୍ଷ ୧ ହଜାର ୫୮୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତକାଲି ରାତି ୭ଟା ସୁଦ୍ଧା ୧ କୋଟି ୪୭ ଲକ୍ଷ ୨୮ ହଜାର ୫୬୯ ଜଣ ଟିକା ନେଇଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago