କରୋନା ଭାଇରସ

ମେଡିକାଲରୁ ଅଧିକ ବ୍ୟାପିଥାଏ କରୋନା ଭାଇରସ୍‌, ଗବେଷଣାରୁ ସ୍ପଷ୍ଟ ହେଲା ଏହି କଥା

ନୂଆଦିଲ୍ଲୀ : କରୋନା ଭାଇରସ୍‌ରେ ଚୀନ୍‌ରେ କିଭଳି ଭାବେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେଲେ ଏବଂ ମୃତ୍ୟୁମୁଖରେ ପଡ଼ିଲେ ଗବେଷଣା ପରେ ସେ କଥା ସ୍ପଷ୍ଟ ହୋଇଛି । ଜଣାପଡ଼ିଛି ଯେ ଚୀନ୍‌ରେ ଡାକ୍ତରଖାନାରୁ ହିଁ ଅଧିକ ସଂକ୍ରମଣ ହୋଇଛି । ଯାହା କେବଳ ସାଧାରଣ ଲୋକ କି ରୋଗୀ ନୁହେଁ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କର ମଧ୍ୟ ପ୍ରାଣ ନେଇଛି ।  ପ୍ରାଥମିକ ପର୍ଯ୍ୟାୟରେ ଚୀନ୍‌ରେ ମାତ୍ର ୧୩୮ ଜଣ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ମେଡିକାଲରେ ସେମାନଙ୍କ ଚିକିତ୍ସା ବେଳେ ସେମାନଙ୍କ ଠାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟମାନଙ୍କୁ ଭାଇରସ୍‌ ସଂକ୍ରମିତ ହୋଇଥିଲା । ବିଶେଷ କରି ରୋଗୀର ଫୁସ୍‌ଫୁସ୍‌ରେ ଏକ ନଳି ଭର୍ତ୍ତି କରି ଯେଉଁ ପରୀକ୍ଷା କରାଯାଏ ସେଥିରୁ ସର୍ବାଧିକ ସଂକ୍ରମଣର ଭୟ ରହିଛି । ଏଥିରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ବାଦ୍‌ ପଡ଼ିନଥିଲେ ।

ଗତ ବର୍ଷ ଯେତେବେଳେ ଚୀନର ବୁହାନ୍‌ ସହରରେ ଥିବା ଏକ ମାଛ ମାର୍କେଟ୍‌ରୁ ଏହି ଭାଇରସ୍‌ ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ଏଠାକାର ସରକାର ଚୁପ୍‌ ରହିଲେ । ଯଦି ସରକାର ସାରା ବିଶ୍ୱକୁ ଏହାର ଭୟାବହତା ସମ୍ପର୍କରେ ପୂର୍ବରୁ ଜଣାଇ ଦେଇଥାନ୍ତେ ତାହା ହେଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ଆମେରିକାର ଏକ ପତ୍ରିକା ନେସନାଲ ରିଭ୍ୟୁରେ ପ୍ରକାଶିତ ହୋଇଛି । କରୋନାରେ ରୋଗୀ ଠାରେ ନିମୋନିଆର ଲକ୍ଷଣ ଦେଖିବାକୁ ମିଳେ । ତେବେ ରୋଗ ସମ୍ପର୍କରେ କୌଣସି ଥଳକୂଳ ପାଇ ନଥିଲେ ମଧ୍ୟ ମେଡିକାଲରୁ ସଂକ୍ରମଣ ହୋଇଥିବା କଥାକୁ ଭଲ ଭାବେ ଚୀନ୍‌ ସରକାର ଜାଣିଥିଲେ । ବାରମ୍ବାର ଅସ୍ୱୀକାର କରିଥିଲେ ଯେ ଏହି ଭାଇରସ୍‌ ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୁଏ ନାହିଁ ବୋଲି ।

ପରେ ଯେତେବେଳେ ଏକଥା ଜାଣିଲେ ସେତେବେଳ ପରୀକ୍ଷା ପାଇଁ ଥିବା ୫୯ ଜଣଙ୍କ ନମୂନାକୁ ନଷ୍ଟ କରି ଦେଇଥିଲେ । ଏହା ସହିତ ସଂକ୍ରମଣ କିଭଳି ହେଉଛି ସେ କଥା ଲୁଚାଇଲେ । ଏତେ ଦିନ ପରେ ଗତ ଜାନୁଆରୀ ୮ ତାରିଖରେ ଭାଇରସ୍‌କୁ ଚିହ୍ନଟ କରିଥିବା ସୂଚନା ଦେଲା ଚୀନ । ଏହା ପରେ ୧୧ ତାରିଖରେ ଘୋଷଣା କରିଥିଲା କରୋନା ଜନିତ ପ୍ରଥମ ମୃତ୍ୟୁ କଥା । ତଥାପି ମାନି ନଥିଲା ଯେ ଏହି ଭାଇରସ୍‌ ମଣିଷ ଠାରୁ ମଣିଷକୁ ବ୍ୟାପୁଛି ବୋଲି ।

ଏମିତିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପ୍ରଶ୍ନ କରିବା ପରେ ମଧ୍ୟ ଚୀନ୍‌ ଚୁପ୍‌ ରହିଥିଲା । କିଛି ଦିନ ପରେ ମାନିଥିଲା ଯେ ଏହା ମଣିଷ ଜରିଆରେ ସଂକ୍ରମିତ ହୋଇ ପାରେ ବୋଲି । ଯାହା ଏବେ ଭୟଙ୍କର ରୂପ ନେଇଛି । ଯଦି ପ୍ରଥମରୁ ଚୀନ୍‌ ଏକଥା ସ୍ୱୀକାର କରିଥାନ୍ତା ତେବେ ଏହା ସାରା ବିଶ୍ୱକୁ ଗ୍ରାସ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ।
ଏବେ ଚୀନ୍‌ ନିଜକୁ କରୋନାରୁ ସୁସ୍ଥ କରି ଖୁସି ମନାଉଥିବା ବେଳେ ଏସୀୟ ଓ ୟୁରୋପୀୟ ଦେଶ ଲଢୁଛନ୍ତି ଏହି ଅଦୃଶ୍ୟ ଶତ୍ରୁ ସହ । ଯାହାର ମୁକାବିଲା କରିବାକୁ ଏଯାଏ କୌଣସି ଅସ୍ତ୍ର ବାହାରି ପାରିନାହିଁ ।

 

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago