ମେଡିକାଲରୁ ଅଧିକ ବ୍ୟାପିଥାଏ କରୋନା ଭାଇରସ୍‌, ଗବେଷଣାରୁ ସ୍ପଷ୍ଟ ହେଲା ଏହି କଥା

ନୂଆଦିଲ୍ଲୀ : କରୋନା ଭାଇରସ୍‌ରେ ଚୀନ୍‌ରେ କିଭଳି ଭାବେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେଲେ ଏବଂ ମୃତ୍ୟୁମୁଖରେ ପଡ଼ିଲେ ଗବେଷଣା ପରେ ସେ କଥା ସ୍ପଷ୍ଟ ହୋଇଛି । ଜଣାପଡ଼ିଛି ଯେ ଚୀନ୍‌ରେ ଡାକ୍ତରଖାନାରୁ ହିଁ ଅଧିକ ସଂକ୍ରମଣ ହୋଇଛି । ଯାହା କେବଳ ସାଧାରଣ ଲୋକ କି ରୋଗୀ ନୁହେଁ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କର ମଧ୍ୟ ପ୍ରାଣ ନେଇଛି ।  ପ୍ରାଥମିକ ପର୍ଯ୍ୟାୟରେ ଚୀନ୍‌ରେ ମାତ୍ର ୧୩୮ ଜଣ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ମେଡିକାଲରେ ସେମାନଙ୍କ ଚିକିତ୍ସା ବେଳେ ସେମାନଙ୍କ ଠାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟମାନଙ୍କୁ ଭାଇରସ୍‌ ସଂକ୍ରମିତ ହୋଇଥିଲା । ବିଶେଷ କରି ରୋଗୀର ଫୁସ୍‌ଫୁସ୍‌ରେ ଏକ ନଳି ଭର୍ତ୍ତି କରି ଯେଉଁ ପରୀକ୍ଷା କରାଯାଏ ସେଥିରୁ ସର୍ବାଧିକ ସଂକ୍ରମଣର ଭୟ ରହିଛି । ଏଥିରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ବାଦ୍‌ ପଡ଼ିନଥିଲେ ।

CHINA-2ଗତ ବର୍ଷ ଯେତେବେଳେ ଚୀନର ବୁହାନ୍‌ ସହରରେ ଥିବା ଏକ ମାଛ ମାର୍କେଟ୍‌ରୁ ଏହି ଭାଇରସ୍‌ ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ଏଠାକାର ସରକାର ଚୁପ୍‌ ରହିଲେ । ଯଦି ସରକାର ସାରା ବିଶ୍ୱକୁ ଏହାର ଭୟାବହତା ସମ୍ପର୍କରେ ପୂର୍ବରୁ ଜଣାଇ ଦେଇଥାନ୍ତେ ତାହା ହେଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ଆମେରିକାର ଏକ ପତ୍ରିକା ନେସନାଲ ରିଭ୍ୟୁରେ ପ୍ରକାଶିତ ହୋଇଛି । କରୋନାରେ ରୋଗୀ ଠାରେ ନିମୋନିଆର ଲକ୍ଷଣ ଦେଖିବାକୁ ମିଳେ । ତେବେ ରୋଗ ସମ୍ପର୍କରେ କୌଣସି ଥଳକୂଳ ପାଇ ନଥିଲେ ମଧ୍ୟ ମେଡିକାଲରୁ ସଂକ୍ରମଣ ହୋଇଥିବା କଥାକୁ ଭଲ ଭାବେ ଚୀନ୍‌ ସରକାର ଜାଣିଥିଲେ । ବାରମ୍ବାର ଅସ୍ୱୀକାର କରିଥିଲେ ଯେ ଏହି ଭାଇରସ୍‌ ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୁଏ ନାହିଁ ବୋଲି ।

CHINA-4

ପରେ ଯେତେବେଳେ ଏକଥା ଜାଣିଲେ ସେତେବେଳ ପରୀକ୍ଷା ପାଇଁ ଥିବା ୫୯ ଜଣଙ୍କ ନମୂନାକୁ ନଷ୍ଟ କରି ଦେଇଥିଲେ । ଏହା ସହିତ ସଂକ୍ରମଣ କିଭଳି ହେଉଛି ସେ କଥା ଲୁଚାଇଲେ । ଏତେ ଦିନ ପରେ ଗତ ଜାନୁଆରୀ ୮ ତାରିଖରେ ଭାଇରସ୍‌କୁ ଚିହ୍ନଟ କରିଥିବା ସୂଚନା ଦେଲା ଚୀନ । ଏହା ପରେ ୧୧ ତାରିଖରେ ଘୋଷଣା କରିଥିଲା କରୋନା ଜନିତ ପ୍ରଥମ ମୃତ୍ୟୁ କଥା । ତଥାପି ମାନି ନଥିଲା ଯେ ଏହି ଭାଇରସ୍‌ ମଣିଷ ଠାରୁ ମଣିଷକୁ ବ୍ୟାପୁଛି ବୋଲି ।

CHINA-5ଏମିତିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପ୍ରଶ୍ନ କରିବା ପରେ ମଧ୍ୟ ଚୀନ୍‌ ଚୁପ୍‌ ରହିଥିଲା । କିଛି ଦିନ ପରେ ମାନିଥିଲା ଯେ ଏହା ମଣିଷ ଜରିଆରେ ସଂକ୍ରମିତ ହୋଇ ପାରେ ବୋଲି । ଯାହା ଏବେ ଭୟଙ୍କର ରୂପ ନେଇଛି । ଯଦି ପ୍ରଥମରୁ ଚୀନ୍‌ ଏକଥା ସ୍ୱୀକାର କରିଥାନ୍ତା ତେବେ ଏହା ସାରା ବିଶ୍ୱକୁ ଗ୍ରାସ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ।
ଏବେ ଚୀନ୍‌ ନିଜକୁ କରୋନାରୁ ସୁସ୍ଥ କରି ଖୁସି ମନାଉଥିବା ବେଳେ ଏସୀୟ ଓ ୟୁରୋପୀୟ ଦେଶ ଲଢୁଛନ୍ତି ଏହି ଅଦୃଶ୍ୟ ଶତ୍ରୁ ସହ । ଯାହାର ମୁକାବିଲା କରିବାକୁ ଏଯାଏ କୌଣସି ଅସ୍ତ୍ର ବାହାରି ପାରିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.