Below header

କରୋନାରେ ଆକ୍ରାନ୍ତ ହେଲା ଦଶ ମାସର ପିଲା, ପୁରା ପରିବାର ହେଲେ କ୍ଵାରେଣ୍ଟାଇନ

ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଯେଉଁଠି ଦେଖିଲେ ଏବେ କେବଳ କରୋନା ଭାଇରସ୍ ସଂକ୍ରମଣ ମାମଲା ହିଁ ସାମ୍ନାକୁ ଆସୁଛି । ପ୍ରଥମେ ବୟସ୍କ ବ୍ୟକ୍ତି ମାନଙ୍କୁ ନିଜ କବଳରେ ନେଉଥିବା ଏହି ମହାମାରୀ ବର୍ତ୍ତମାନ ଛୋଟ ପିଲାଙ୍କୁ ମଧ୍ୟ ଛାଡ଼ୁନାହିଁ । ଆଜି କର୍ଣ୍ଣାଟକରେ ଏକ ଦଶ ମାସର ଶିଶୁକନ୍ୟା କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ କନ୍ନଡ଼ର ସାଜିପନାଡ଼ୁରେ ରହୁଥିବା ଏହି ପିଲାଟି କୌଣସି ବି କରୋନା ପ୍ରଭାବିତ ଦେଶକୁ ଯାତ୍ରା କରିନାହିଁ ।

ସୂଚନା ଅନୁଯାୟୀ କିଛି ଦିନ ପୂର୍ବେ ଏହି ପିଲାଟି ନିଜ ପରିବାର ସହ କେରଳ ଯାଇଥିଲା । ତେବେ ପ୍ରାଥମିକ ଯାଞ୍ଚ ପରେ ପିଲାଟି କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି କିନ୍ତୁ ତାଙ୍କ ପରିବାର ଲୋକଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ବର୍ତ୍ତମାନ ପିଲାଟିକୁ ହସ୍ପିଟାଲର ଏକ ଭିନ୍ନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ଏବଂ ଏହାର ସମ୍ପର୍କରେ ଆସିଥିବା ପରିବାରର ଛଅଜଣ ଲୋକଙ୍କୁ ବର୍ତ୍ତମାନ୍ କ୍ଵାରେଣ୍ଟାଇନରେ ରଖାଯାଇଛି । ତେବେ ପରିବାର ଲୋକେ ମଧ୍ଯ କରୋନା ସଂକ୍ରମିତ ବୋଲି ସନ୍ଦେହ କରାଯାଉଛି । ଏହାସହିତ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୬୨ ରେ ପହଁଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.