କରୋନା ଭାଇରସ

କଣ ଏହି ଜନତା କର୍ଫ୍ୟୁ ? ଆପଣଙ୍କ ପ୍ରଶ୍ନର ଉତ୍ତର ପାଇବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଦେଶ ଏମିତି ଏକ ପରିସ୍ଥିତି ଦେଇ ଗତି କରୁଛି ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଯେମିତି ଏକ କୋକୁଆଭୟ ଖେଳି ଯାଇଛି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଗଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ରୋଗ ଧୀରେ ଧୀରେ ବିଶ୍ୱର ଅନ୍ୟ ଦେଶ ଗୁଡିକରେ ନିଜ କାୟା ବିସ୍ତାର କରିସାରିଲେଣି । ଏପରି ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶ ନାଗରିକଙ୍କ ନିକଟରେ ‘ଜନତା କର୍ଫ୍ୟୁ’ ପାଇଁ ଅପିଲ କରିଛନ୍ତି । କିନ୍ତୁ ଏହା ବିଷୟରେ ହୁଏତ ଅଧିକାଂଶ ଲୋକଙ୍କର କୌଣସି ଧାରଣା ନଥିବ । ତେବେ ଆସନ୍ତୁ ଜାଣିବା ଏହା କଣ ।

କଣ ଏହି ଜନତା କର୍ଫ୍ୟୁ ?

ଜନତା କର୍ଫ୍ୟୁରେ ସାଧାରଣ ଲୋକେ ନିଜ ନିଜ ଘରେ ହିଁ ରୁହନ୍ତି । ଅତି ଜରୁରୀ କାମ ପଡିଲେ ହିଁ ପରିବାରର ଜଣେ ବା ଦୁଇ ଜଣ ବାହାରକୁ ଯାଇଥାନ୍ତି । ତେଣୁ କରି ପ୍ରଧାନମନ୍ତ୍ରୀ ମୋଦି କରୋନାକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶ ଜନତାଙ୍କ ନିକଟରେ ରବିବାର ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ ସକାଳ ୭ ଟା ଠାରୁ ୯ ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

କାହିଁକି ହୋଇଥାଏ ଜରୁରୀ ?

ଦେଶ ସମେତ ବିଶ୍ୱରେ କରୋନା ଭାଇରସକୁ ନେଇ ଭୟାବହତା ବଢ଼ିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଏଯାବତ କୌଣସି ଭ୍ୟାକସିନ ବା ପ୍ରତିଷେଧକର ଆବିଷ୍କାର କରାଯାଇନାହିଁ । ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଏହି ରୋଗରୁ କିଛିଟା ତ୍ରାହି ପାଇବା ପାଇଁ ମାତ୍ର ଗୋଟିଏ ହିଁ ରାସ୍ତା ଅଛି । ତାହା ହେଉଛି ସ୍ବସଚେତନାତା । ଯେତେ ପାରୁଛନ୍ତି ନିଜେ ଘରେ ସତର୍କତାର ସହ ରହିଲେ ହିଁ ଏହି ସଂକ୍ରମଣରୁ କିଛିଟା ତ୍ରାହି ମିଳିପାରିବ | ନିଜକୁ ସୁରକ୍ଷିତ ରଖି ହେବ । ଅଯଥା ବାହାରେ ବୁଲାବୁଲି ନକରି ଘର ଭିତରେ ସ୍ୱଚ୍ଛତାର ସହ ରହିଲେ ଏହି ମାରାତ୍ମକ ଭାଇରସ ଆମର କୌଣସି କ୍ଷତି କରିପାରିବ ନାହିଁ । ପିଏମ ମୋଦିଙ୍କ ଅନୁଯାୟୀ ଏବେ ଦେଶର ସ୍ଥିତି ଏକ ପ୍ରକାର ନିୟନ୍ତ୍ରଣରେ ଅଛି । ଯଦି ଯଥା ସମୟରେ ସାବଧାନତା ଅବଲମ୍ବନ କରାଯାଏ ତେବେ ଆଗକୁ ସ୍ଥିତି ନିଶ୍ଚିତ ରୁପେ ନିୟନ୍ତ୍ରଣରେ ରହିପାରିବ ।

ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ ୧୨ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରୁହନ୍ତି । ମୋଦିଙ୍କ ଦ୍ୱାରା ଜାରି ହୋଇଥିବା ୧୪ ଘଣ୍ଟିଆ କର୍ଫ୍ୟୁ ଫଳରେ ସାଧାରଣ ଜନତା ବାହାରକୁ ଯିବେ ନାହିଁ । ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରୁ ବି ଦୂରେଇ ରହିବେ । ଫଳରେ ଏହି ଭାଇରସର ପ୍ରଭାବ ଆଉ ଲୋକଙ୍କ ଉପରେ ସେତେଟା ପଡି ପାରିବ ନାହିଁ । ଏହିପରି ଭାବେ ଦେଶରେ କରୋନାକୁ କାବୁ କରିବା ପାଇଁ ହିଁ ପ୍ରଧାନ ମନ୍ତ୍ରୀ ମୋଦି ଏପରି ଏକ ଅବିକଳ ଉପାୟ ଚିନ୍ତା କରିଛନ୍ତି ।

କର୍ଫ୍ୟୁ ଓ ଜନତା କର୍ଫ୍ୟୁ ଭିତରେ ଫରକ କଣ:

ସାଧାରଣ କର୍ଫ୍ୟୁ ଓ ଜନତା କର୍ଫ୍ୟୁ ଭିତରେ ଏକ ବଡ ଫରକ ଅଛି । ଜନତା କର୍ଫ୍ୟୁ ଜନତା ମାନଙ୍କ ପାଇଁ, ଜନତା ମାନଙ୍କ ଦ୍ୱାରା, ଜନତା ମାନଙ୍କର ହିଁ ହୋଇଥାଏ । ଏହା ଏକ ପ୍ରକାର ଅନୁରୋଧ ମାତ୍ର । ଏଥିରେ ଲୋକେ ନିଜ ଇଛାରେ ହିଁ ଘର ଭିତରେ ରହିଥାନ୍ତି । ଯଦିବା ଘରୁ ବାହାରକୁ ବାହାରନ୍ତି ତେବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ ।

ଜନତା କର୍ଫ୍ୟୁର ଇତିହାସ :

କହି ରଖିବା ଉଚିତ ହେବକି ୧୯୫୦ ମସିହାରେ ଇନ୍ଦୁଲାଲ ୟାଗନିକ ହିଁ ପ୍ରଥମେ ଜନତା କର୍ଫ୍ୟୁର ଆରମ୍ଭ କରିଥିଲେ । ଗୁଜୁରାଟକୁ ଏକ ଭିନ୍ନ ରାଷ୍ଟ୍ର ଭାବେ ଗଠନ କରିବା ଦାବିକୁ ନେଇ ହିଁ ଏହି ଆନ୍ଦୋଳନର ଆରମ୍ଭ କରାଯାଇଥିଲା ।

 

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago