କରୋନା ଭାଇରସ

କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମାବଳି ଜାରି

ଗଞ୍ଜାମ: ପ୍ରବାସୀଙ୍କୁ କୋଭିଡ୍‌-୧୯ ପାଠ। କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶସାନ ପକ୍ଷରୁ ନୂଆ ନିୟମାବଳି ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ପ୍ରଥମେ ଯୋଗ ଓ ବ୍ୟାୟାମ କରିବେ। ଏହାପରେ ସକାଳ ଜଳଖିଆ ଖାଇବା ପରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ହେବେ। ଏହାପରେ ମଧ୍ୟାହ୍ନ ଭୋଜନ କରିବେ। ରାତ୍ରୀ ଭୋଜନ ପରେ ସଂଗୀତ କାର୍ଯ୍ୟକ୍ରମ ଚାଲିବ।

ତେବେ ଆଜି ସକାଳେ ପୁଣି ରାଜ୍ୟରେ ବଢିଛି କରୋନା ପଜିଟିଭ୍‌ ସଂଖ୍ୟା। ପୁଣି ନୂଆ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ଗଞ୍ଜାମରୁ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁ ରେକର୍ଡ କାଟିଛି କରୋନା । ଯାହାଫଳରେ ସାରା ରାଜ୍ୟ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଯାହାଫଳରେ ଦିନକୁ ଦିନ ସଂକ୍ରମିତଙ୍କ ଚେନ୍ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛି ।

KNews Bureau

Recent Posts

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

23 mins ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

48 mins ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

1 hour ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

1 hour ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

2 hours ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

2 hours ago