କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମାବଳି ଜାରି

ଗଞ୍ଜାମ: ପ୍ରବାସୀଙ୍କୁ କୋଭିଡ୍‌-୧୯ ପାଠ। କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶସାନ ପକ୍ଷରୁ ନୂଆ ନିୟମାବଳି ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ପ୍ରଥମେ ଯୋଗ ଓ ବ୍ୟାୟାମ କରିବେ। ଏହାପରେ ସକାଳ ଜଳଖିଆ ଖାଇବା ପରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ହେବେ। ଏହାପରେ ମଧ୍ୟାହ୍ନ ଭୋଜନ କରିବେ। ରାତ୍ରୀ ଭୋଜନ ପରେ ସଂଗୀତ କାର୍ଯ୍ୟକ୍ରମ ଚାଲିବ।

ganjamତେବେ ଆଜି ସକାଳେ ପୁଣି ରାଜ୍ୟରେ ବଢିଛି କରୋନା ପଜିଟିଭ୍‌ ସଂଖ୍ୟା। ପୁଣି ନୂଆ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ଗଞ୍ଜାମରୁ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସବୁ ରେକର୍ଡ କାଟିଛି କରୋନା । ଯାହାଫଳରେ ସାରା ରାଜ୍ୟ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଯାହାଫଳରେ ଦିନକୁ ଦିନ ସଂକ୍ରମିତଙ୍କ ଚେନ୍ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.