Categories: ମନୋରଂଜନ

୨୦୨୦ରେ ଆରମ୍ଭ ହେବ‘‘ବଚ୍ଚନ ପାଣ୍ଡେ’’ର ସୁଟିଂ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ

ବଲିଉଡ୍‌ର ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କୁ ଖୁବ୍‌ଶୀଘ୍ର ଆଉ ଏକ ଦମ୍‌ଦାର ଆକ୍ସନ୍‌ ଫିଲ୍ମ ‘‘ବଚ୍ଚନ ପାଣ୍ଡେ’’ରେ ଦର୍ଶକମାନେ ଦେଖିବାକୁ ପାଇବେ। ଏନେଇ କିଛି ଦିନ ପୂର୍ବରୁ ଅକ୍ଷୟ ସୂଚନା ଦେଇଛନ୍ତି। ସାଜିଦ ନଦିଆଦଓ୍ଵାଲାଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଫରହାଦ ସାମଜୀ ନିର୍ଦ୍ଦେଶନା ଦେବେ। ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅକ୍ଷୟ କୁମାର ଏକ କଳା ରଙ୍ଗର ଲୁଙ୍ଗି ପିନ୍ଧିଥିବା ବେଳେ ମୁଣ୍ଡରେ ତିଳକ ଲଗାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରୁ ଫିଲ୍ମରେ ଅକ୍ଷୟ କୁମାର ସାଉଥ୍‌ ଇଣ୍ଡିଆନ୍‌ ଚରିତ୍ରରେ ଅଭିନୟ କରୁଥିବା ଜଣାପଡ଼ୁଛି।

ଏହାସହ ପଢ଼ନ୍ତୁ: ‘ଷାଣ୍ଢ କି ଆଖଁ’ ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏବେ ଚର୍ଚ୍ଚାରେ ମିମ୍ସ

ରିପୋର୍ଟ ମୁତାବକ, ୨୦୨୦ ଫେବୃଆରୀରେ ଫିଲ୍ମ ସୁଟିଂ ଆରମ୍ଭ ହେବ। ଏଣୁ ଚଳିତ ନଭେମ୍ଵରରୁ ଏଥିପାଇଁ ସ୍ଥାନ ଚିହ୍ନ କରାଯିବ। ତେବେ ଫିଲ୍ମରେ ଅକ୍ଷୟ କୁମାରଙ୍କର କେତେକ ମଜାଳିଆ ଡାଇଲଗ୍‌ ରହିଥିବା ନେଇ ସୂଚନା ମିଳିଛି। ଏନେଇ ନିର୍ଦ୍ଦେଶକ ନିଜେ ଅକ୍ଷୟଙ୍କୁ ପ୍ରସ୍ତୁତ କରୁଛନ୍ତି।

ଫିଲ୍ମର ସ୍କ୍ରିପ୍ଟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ଏବେ ଅକ୍ଷୟ କୁମାରଙ୍କ ହାତରେ ଅନେକ ଗୁଡ଼ିଏ ଫିଲ୍ମ ଥିବାରୁ ସେ ପ୍ରଥମେ ସେସବୁକୁ ଶେଷ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତା ପରେ ସେ ବଚ୍ଚନ ପାଣ୍ଡେ ପାଇଁ ସମୟ ଦେବେ। ଅକ୍ଷୟ ସାଧାରଣତଃ ଗୋଟିଏ ଫିଲ୍ମର ସୁଟିଂ ପରେ କିଛି ଦିନ ବିଶ୍ରାମ ନେଇଥାନ୍ତି। ବଚ୍ଚନ ପାଣ୍ଡେର ନିର୍ଦ୍ଦେଶକ ଏକାଥରକେ ଫିଲ୍ମର ସୁଟିଂ ସାରିବାକୁ ନିଷ୍ପତ୍ତି ନେଇଥିବାରୁ ଏହି ପ୍ରୋଜେକ୍ଯ ପାଇଁ ଅକ୍ଷୟଙ୍କୁ ପୂରା ସମୟ ଦେବାକୁ ପଡ଼ିବ।

WCW 11

Recent Posts

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

19 mins ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

34 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

35 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

45 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

56 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

1 hour ago