୨୦୨୦ରେ ଆରମ୍ଭ ହେବ‘‘ବଚ୍ଚନ ପାଣ୍ଡେ’’ର ସୁଟିଂ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ
ବଲିଉଡ୍ର ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କୁ ଖୁବ୍ଶୀଘ୍ର ଆଉ ଏକ ଦମ୍ଦାର ଆକ୍ସନ୍ ଫିଲ୍ମ ‘‘ବଚ୍ଚନ ପାଣ୍ଡେ’’ରେ ଦର୍ଶକମାନେ ଦେଖିବାକୁ ପାଇବେ। ଏନେଇ କିଛି ଦିନ ପୂର୍ବରୁ ଅକ୍ଷୟ ସୂଚନା ଦେଇଛନ୍ତି। ସାଜିଦ ନଦିଆଦଓ୍ଵାଲାଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଫରହାଦ ସାମଜୀ ନିର୍ଦ୍ଦେଶନା ଦେବେ। ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅକ୍ଷୟ କୁମାର ଏକ କଳା ରଙ୍ଗର ଲୁଙ୍ଗି ପିନ୍ଧିଥିବା ବେଳେ ମୁଣ୍ଡରେ ତିଳକ ଲଗାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରୁ ଫିଲ୍ମରେ ଅକ୍ଷୟ କୁମାର ସାଉଥ୍ ଇଣ୍ଡିଆନ୍ ଚରିତ୍ରରେ ଅଭିନୟ କରୁଥିବା ଜଣାପଡ଼ୁଛି।
ଏହାସହ ପଢ଼ନ୍ତୁ: ‘ଷାଣ୍ଢ କି ଆଖଁ’ ଫିଲ୍ମର ଟ୍ରେଲର ରିଲିଜ୍ ପରେ ଏବେ ଚର୍ଚ୍ଚାରେ ମିମ୍ସ
ରିପୋର୍ଟ ମୁତାବକ, ୨୦୨୦ ଫେବୃଆରୀରେ ଫିଲ୍ମ ସୁଟିଂ ଆରମ୍ଭ ହେବ। ଏଣୁ ଚଳିତ ନଭେମ୍ଵରରୁ ଏଥିପାଇଁ ସ୍ଥାନ ଚିହ୍ନ କରାଯିବ। ତେବେ ଫିଲ୍ମରେ ଅକ୍ଷୟ କୁମାରଙ୍କର କେତେକ ମଜାଳିଆ ଡାଇଲଗ୍ ରହିଥିବା ନେଇ ସୂଚନା ମିଳିଛି। ଏନେଇ ନିର୍ଦ୍ଦେଶକ ନିଜେ ଅକ୍ଷୟଙ୍କୁ ପ୍ରସ୍ତୁତ କରୁଛନ୍ତି।
ଫିଲ୍ମର ସ୍କ୍ରିପ୍ଟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ଏବେ ଅକ୍ଷୟ କୁମାରଙ୍କ ହାତରେ ଅନେକ ଗୁଡ଼ିଏ ଫିଲ୍ମ ଥିବାରୁ ସେ ପ୍ରଥମେ ସେସବୁକୁ ଶେଷ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତା ପରେ ସେ ବଚ୍ଚନ ପାଣ୍ଡେ ପାଇଁ ସମୟ ଦେବେ। ଅକ୍ଷୟ ସାଧାରଣତଃ ଗୋଟିଏ ଫିଲ୍ମର ସୁଟିଂ ପରେ କିଛି ଦିନ ବିଶ୍ରାମ ନେଇଥାନ୍ତି। ବଚ୍ଚନ ପାଣ୍ଡେର ନିର୍ଦ୍ଦେଶକ ଏକାଥରକେ ଫିଲ୍ମର ସୁଟିଂ ସାରିବାକୁ ନିଷ୍ପତ୍ତି ନେଇଥିବାରୁ ଏହି ପ୍ରୋଜେକ୍ଯ ପାଇଁ ଅକ୍ଷୟଙ୍କୁ ପୂରା ସମୟ ଦେବାକୁ ପଡ଼ିବ।