ଜାଣନ୍ତୁ ଦୀପିକାଙ୍କ ଡାଏଟ୍ ଚାଟ୍ ବିଷୟରେ
ଦୀପିକା ପାଦୁକୋନ୍ ବଲିଉଡ୍ ଇଣ୍ଡଷ୍ଟ୍ରିରେ ସବୁଠାରୁ ଗଜ୍ରେସ୍ ଏବଂ ଫିଟ୍ ଆକ୍ଟର ଭାବେ ଜଣାଶୁଣା। ଦୀପିକା ଖାଦ୍ୟ ପ୍ରେମୀ ହେବା ସହ ନିଜର ଡାଏଟ୍ ଏବଂ ଫିଟନେସ୍ ଉପରେ ଧ୍ୟାନ ଦେଇଥାନ୍ତି। ପରଫେକ୍ଟ ଫିଗର ପାଇବା ଦୀପିକାଙ୍କ ପାଇଁ ସହଜ ନଥିଲା। ନିଜକୁ ଫିଜିକାଲ ଫିଟ୍ ଏବଂ ସେପ୍ରେ ରଖିବା ପାଇଁ ସେ ଖୁବ୍ ପରିଶ୍ରମ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୀପିକାଙ୍କ ଫିଟନେସ୍ ରହିବାର ସିକ୍ରେଟ୍।
ଦୀପିକା ନିଜର ଡାଏଟ୍ କୁ ନେଇ ଖୁବ୍ ସଚେତନ। ରିପୋର୍ଟ ଅନୁଯାୟୀ ଦୀପିକା ଦିନରେ ୬ ଥର ଅଳ୍ପ-ଅଳ୍ପ ଖାଦ୍ୟ ଖାଇଥାନ୍ତି। କିନ୍ତୁ ସେ କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଥିବା ଖାଦ୍ୟକୁ ହିଁ ନିଜ ଡାଏଟ୍ ରେ ସାମିଲ କରିଥାନ୍ତି। ଦୀପିକା ପ୍ରତ୍ୟେକ ଦିନ ହାଲୁକା ଉଷୁମ ପାଣି ପିଇ ଦିନର ଆରମ୍ଭ କରିଥାନ୍ତି। ସକାଳ ସମୟରେ ଦୀପିକା ଏକ ଗିଲାସ ପାଣିରେ ମହୁ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଥାନ୍ତି।
ଦୀପିକାଙ୍କ ଡାଏଟ୍ ଚାଟ୍:
ବେକ୍ରଫାଷ୍ଟରେ ଦୀପିକା ୨ଟି ଅଣ୍ଡା, ୨ଟି ବାଦାମ, ୧ କପ୍ ଲୋ ଫ୍ୟାଟ୍ ମିଲ୍କ, ୨ଟି ଇଡଲି କିମ୍ବା ୨ଟି ପ୍ଲେନ୍ ଦୋଷା ବା ଉପମା ଖାଇଥାନ୍ତି।
ଲଞ୍ଚରେ ଦୀପିକା ପ୍ରଥମେ ଫଳ ଖାଇଥାନ୍ତି। ଏହାପରେ ରୁଟି, ଡାଲି, ତରକାରୀ, ସାଲାଡ୍ ଏବଂ ଦହି ଖାଇଥାନ୍ତି। କେବେ କେବେ ଦୀପିକା ପ୍ରୋଟିନ୍ ପାଇଁ ମଧ୍ୟ ଗ୍ରୀଲ୍ଡ ଫିସ୍ ଖାଇଥାନ୍ତି।
ଏହାସହ ପଢନ୍ତୁ: ୬୦୦ ଜଣ ଶ୍ରମିକ ୬ମାସରେ ନିର୍ମାଣ କଲେ Bigg Boss ଘର
ସଂଧ୍ୟା ସମୟରେ ଦୀପିକା ସ୍ନାକ୍ସରେ କଫି ଏବଂ ଫଳ ଖାଇଥାନ୍ତି। ଏହାପରେ ଡିନରରେ ସେ ତରକାରୀ, ଚପାତି ରୁଟି, ଫଳ ଖାଇଥାନ୍ତି। ଏଥିସହ ସେ ନିଜକୁ ହାଇଡ୍ରେଡ୍ ରଖିବା ପାଇଁ ନଡ଼ିଆ ପାଣି କିମ୍ବା ଫଳ ରସ ପିଇଥାନ୍ତି।
ରିପୋର୍ଟ ଅନୁଯାୟୀ ଦୀପିକାଙ୍କର ଏହି ଡାଏଟ୍ ଚାଟ୍ ଫିକ୍ସ ନୁହେଁ। କାରଣ ସେ ଫିଲ୍ମରେ ବିଭିନ୍ନ ଚରିତ୍ର ପାଇଁ ନିଜ ଡାଏଟ୍ ଚାଟ୍ ବଦଳାଇଥାନ୍ତି। ଡାଏଟ୍ ବ୍ୟତୀତ ଦୀପିକା ନିଜର ଓ୍ଵାର୍କଆଉଟ୍ ରେ ମଧ୍ୟ ଧ୍ୟାନ ଦେଇଥାନ୍ତି। ଦୀପିକାଙ୍କ ପ୍ରଫେସନାଲ ଲାଇଫ୍ ବିଷୟରେ କହିଲେ ତାଙ୍କ ଫିଲ୍ମ ‘ଛପାକ୍’ ବହୁତ ଜଲଦି ରିଲିଜ୍ ହେବାକୁ ଯାଉଛି। ଏହା ବ୍ୟତୀତ ସେ କପିଲ ଦେବଙ୍କ ଜୀବନିରେ ବେଷ୍ଟ ଫିଲ୍ମ ‘୮୩’ ରେ ମଧ୍ୟ ନଜର ଆସିବେ।