ୟୁକ୍ରେନ୍‌ ନେତାଙ୍କୁ ଫୋନ୍‌ କରିବା ଅଭିଯୋଗ, ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆରମ୍ଭ ହେଲା ବହିଷ୍କାର ତଦନ୍ତ

ଓ୍ଵାସିଂଟନ୍‌: ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିର ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଦନାମ କରାଇବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ବୈଦେଶିକ ସାହାଯ୍ୟ ଲୋଡ଼ିଥିବା ଅଭିଯୋଗରେ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ଡେମୋକ୍ରାଟ୍‌ସ୍‌ମାନେ ବିଧିବଦ୍ଧ ବହିଷ୍କାର ତଦନ୍ତ ଆରମ୍ଭ କରିଛନ୍ତି। ଡେମୋକ୍ରାଟିକ୍‌ ସାଂସଦମାନଙ୍କ ସହ ଏକ ବୈଠକ ପରେ ଗୃହର ବାଚସ୍ପତି ନାନ୍‌ସି ପିଲୋସି ତଦନ୍ତ କଥା ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟ ଜାତୀୟ ନିରାପତ୍ତାକୁ ବିପଦମୁଖୀ କରିଛି ଏବଂ ଏହା ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନର ବିରୁଦ୍ଧାଚରଣ କରୁଛି। ଏହି ତଦନ୍ତକୁ ‘ଡାହାଣୀ ଖୋଜା ଅଳିଆ’ ବୋଲି କହି ଟୁଇଟର୍‌ ରେ ସମାଲୋଚନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌। ଜୁଲାଇ ୨୫ ତାରିଖରେ ଡୋନାଲ୍ଡ ଟ୍ରମ୍ପ୍‌ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେଙ୍କିଙ୍କୁ ଫୋନ୍‌ କରିଥିଲେ। ଯାହାପରେ ଆରମ୍ଭ ହୋଇଛି ଏହି ଆଲୋଚନା ।