ପ୍ୟାରିସ୍‌ ଫ୍ୟାଶନ୍‌ ଓ୍ଵିକ୍‌-୨୦୧୯ରେ ଗ୍ଲାମରସ୍‌ ଅନ୍ଦାଜରେ ନଜର ଆସିଲେ ଦୀପିକା, ଭାଇରାଲ ହେଉଛି ଫଟୋ

ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ୍‌ ଏବେ ପ୍ୟାରିସ୍‌ ଫ୍ୟାଶନ୍‌ ଓ୍ଵିକ ୨୦୧୯ ପାଇଁ ବ୍ୟସ୍ତ ଅଛନ୍ତି। ଏ ଅବସରରେ ଦୀପିକାଙ୍କ ଗ୍ଲାମରସ୍‌ ଲୁକ୍‌ ଦେଖିବାକୁ ମିଳିଛି। ଦୀପିକା ନିଜର କେତେକ ନୂଆ ହଟ୍‌ ଫ୍ୟାଶନବଲ୍‌ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ ଲଗଜରୀ ବ୍ରାଣ୍ଡ ଡିୟୋରର DiorSS20 କୁ ପ୍ରମୋଟ୍‌ କରୁଥିବା ଦେଖିବାକୁ ମିଳିଛି।

ଦୀପିକାଙ୍କ ଗ୍ଲାମର୍ସ ଫଟୋକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି। ଏବେ ପର୍ଯ୍ୟନ୍ତ ଏହି ଫଟୋକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିସାରିଲାଣି। ଫ୍ୟାନ୍‌ମାନେ ଦୀପିକାଙ୍କ ନୂଆ ଗେଟ୍‌ଅପ୍‌କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

ପ୍ୟାରିସ ପ୍ୟାଶନ୍‌ ଓ୍ଵିକ୍‌ରେ ଦୀପିକା ଷ୍ଟ୍ରେପଲେସ୍‌ ବ୍ରାଉନ୍‌ କଲରର ଏକ ସୁନ୍ଦର ଗାଉନ୍‌ ପିନ୍ଧିଛନ୍ତି। ଗାଉନ୍‌ ସହ ଦୀପିକା ମଲ୍ଟି କଲରର ଗୋଲ୍ଡେନ୍‌ ନେକଲେସ୍‌ ପିନ୍ଧିଛନ୍ତି।

ଓମ୍‌ ଶାନ୍ତି ଓମ୍‌ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ଦୀପିକାଙ୍କୁ ଖୁବ୍‌ଶୀଘ୍ର ଏସିଡ୍‌ ଆଟାକର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲ୍‌ଙ୍କ ବାୟୋପିକ ‘‘ଛପାକ୍‌’’ରେ ଦେଖିବାକୁ ମିଳିବ। ୨୦୨୦ ଜାନୁଆରୀ ୧୦ ତାରିଖରେ ଛପାକ ରିଲିଜ୍‌ ହେବ।

ଏହାସହ ପଢନ୍ତୁ: ଜାଣନ୍ତୁ ଦୀପିକାଙ୍କ ଡାଏଟ୍‌ ଚାଟ୍‌ ବିଷୟରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.