ମନୋରଂଜନ

‘ବଡ଼େ ମିଆଁ ଛୋଟେ ମିଆଁ’ ହେବେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌, ୩୦୦ କୋଟି ବଜେଟ୍‌ରେ ତିଆରି ହେଉଛି ଫିଲ୍ମ

ବଲିଉଡ୍‌ ଇଣ୍ଡଷ୍ଟ୍ରୀର ପ୍ରାୟ ସବୁ ଖବର ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। କିଛି ଦିନ ହେବ ସେଭଳି ଏକ ଖବର ଚର୍ଚ୍ଚାରେ ରହିଛି। ଶୁଣିବାକୁ ମିଳୁଛି ଯେ ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମ ବିଷୟରେ ଏବେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ଏହି ଫିଲ୍ମକୁ ଜ୍ୟାକି ଭଗନାନୀ ବ୍ୟାନର ତଳେ ନିର୍ମାଣ କରାଯାଉଛି। ଅଲ୍ଲୀ ଅବ୍ଦାସ ଜଫର ଏହି ମେଗା ବଜେଟ୍‌ ଫିଲ୍ମରେ ନିର୍ଦ୍ଦେଶନା ଦେବେ।

ଏହି ଫିଲ୍ମର ନାଁ ‘ବଡ଼େ ମିଆଁ ଛୋଟେ ମିଆଁ’ ରଖାଯାଇଥିବା ଜଣାଯାଇଛି। କିନ୍ତୁ କୁହାଯାଉଛି ଯେ ଆଗକୁ ଫିଲ୍ମର ନାଁ ବଦଳାଯାଇପାରେ। ଏହି ଫିଲ୍ମର ବଜେଟ୍‌ ୩୦୦ କୋଟି ଟଙ୍କା ରହିଛି। ଅଲ୍ଲୀ ଅବ୍ଦାସ ଗତ କିଛି ଦିନ ହେଲା ଦୁଇ ଜଣ ହିରୋଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ। ଏବେ ତାଙ୍କୁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ଙ୍କୁ ନେଇ ଫିଲ୍ମ କରିବାକୁ ସୁଯୋଗ ମିଳିଛି। ଏଣୁ ଏହି ଫିଲ୍ମକୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ତେବେ ପ୍ରଥମ ଥର ପାଇଁ ଅଲ୍ଲୀ ଅବ୍ଦାସ ଦୁଇ ଜଣ ଭିନ୍ନ ଭିନ୍ନ ଜେନେରେସନ୍‌ର ହିରୋଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି।

ରିପୋର୍ଟ ମୁତାବକ, ଶାହିଦ କପୁରଙ୍କ ଫିଲ୍ମ ବ୍ଲଡି ଡ୍ୟାଡିର ସୁଟିଂ ସରିବା ପରେ ଅଲ୍ଲୀ ଅବ୍ଦାସ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ଅବ୍ଦାସ ଆଶା ରଖିଛନ୍ତି।

WCW 11

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

14 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 hour ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago