‘ବଡ଼େ ମିଆଁ ଛୋଟେ ମିଆଁ’ ହେବେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍, ୩୦୦ କୋଟି ବଜେଟ୍ରେ ତିଆରି ହେଉଛି ଫିଲ୍ମ

ବଲିଉଡ୍ ଇଣ୍ଡଷ୍ଟ୍ରୀର ପ୍ରାୟ ସବୁ ଖବର ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। କିଛି ଦିନ ହେବ ସେଭଳି ଏକ ଖବର ଚର୍ଚ୍ଚାରେ ରହିଛି। ଶୁଣିବାକୁ ମିଳୁଛି ଯେ ଆକ୍ସନ୍ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମ ବିଷୟରେ ଏବେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ଏହି ଫିଲ୍ମକୁ ଜ୍ୟାକି ଭଗନାନୀ ବ୍ୟାନର ତଳେ ନିର୍ମାଣ କରାଯାଉଛି। ଅଲ୍ଲୀ ଅବ୍ଦାସ ଜଫର ଏହି ମେଗା ବଜେଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେବେ।
“Ak-Tiger’s Bade Miyan, Chote Miyan is not a remake of @SrBachchan and @govindaahuja21‘s cult classic. It is on the line of it but with a different storyline”. More read about it here:https://t.co/9p8osHopbk
— Akshay Kumar 24×7 (@Akkistaan) January 7, 2022
ଏହି ଫିଲ୍ମର ନାଁ ‘ବଡ଼େ ମିଆଁ ଛୋଟେ ମିଆଁ’ ରଖାଯାଇଥିବା ଜଣାଯାଇଛି। କିନ୍ତୁ କୁହାଯାଉଛି ଯେ ଆଗକୁ ଫିଲ୍ମର ନାଁ ବଦଳାଯାଇପାରେ। ଏହି ଫିଲ୍ମର ବଜେଟ୍ ୩୦୦ କୋଟି ଟଙ୍କା ରହିଛି। ଅଲ୍ଲୀ ଅବ୍ଦାସ ଗତ କିଛି ଦିନ ହେଲା ଦୁଇ ଜଣ ହିରୋଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ। ଏବେ ତାଙ୍କୁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ଙ୍କୁ ନେଇ ଫିଲ୍ମ କରିବାକୁ ସୁଯୋଗ ମିଳିଛି। ଏଣୁ ଏହି ଫିଲ୍ମକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି। ତେବେ ପ୍ରଥମ ଥର ପାଇଁ ଅଲ୍ଲୀ ଅବ୍ଦାସ ଦୁଇ ଜଣ ଭିନ୍ନ ଭିନ୍ନ ଜେନେରେସନ୍ର ହିରୋଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି।
Akshay Kumar Tiger Shroff Upcoming Film Bade Miyan Chote Miyan To Be Made In 300 Crore Budget https://t.co/bZOZ6oO0ke
— Taaja Khabar – दैनिक छत्तीसगढ़ हिंदी समाचार (@KhabarTaaja) January 8, 2022
ରିପୋର୍ଟ ମୁତାବକ, ଶାହିଦ କପୁରଙ୍କ ଫିଲ୍ମ ବ୍ଲଡି ଡ୍ୟାଡିର ସୁଟିଂ ସରିବା ପରେ ଅଲ୍ଲୀ ଅବ୍ଦାସ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଅବ୍ଦାସ ଆଶା ରଖିଛନ୍ତି।