ଆପଣଙ୍କୁ ଟଙ୍କାର ଜରୁରୀ ଆବଶ୍ୟକ ଅଛି କି? ଅତି ସହଜରେ ନେଇ ପାରିବେ ସୁନା ଋଣ; ଏ ହେଉଛି ପୂରା ପ୍ରକ୍ରିୟା…

କୁହାଯାଏ, ଖରାପ ସମୟ କେବେ ବି କହିକି ଆସି ନ ଥାଏ। ଟଙ୍କାର ଆବଶ୍ୟକ କେତେବେଳେ ବି ମଣିଷକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ଖରାପ ସମୟରେ ଘରେ ରଖା ଯାଇଥିବା ସୁନା କାମରେ ଆସି ପାରିବ। ଘରେ ରଖାଯାଇଥିବା ସୁନାକୁ କେତେକ ଖାସ୍ ଉଦ୍ଦେଶ୍ୟରେ ଲଗା ଯାଇପାରିବ। ଆଜିକାଲି ଘରେ ଥିବା ସୁନା ମଧ୍ୟ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ପୁରୁଣା ସମୟରେ ସୁନା ବନ୍ଧକ ରଖା ଯାଉଥିଲା। ଆଜିକାଲି ଏହା ‘ସୁନା ଋଣ ବା ଗୋଲ୍ଡ ଲୋନ’ ରୂପେ ଜଣାଯାଉଛି। ସୁନା ଋଣକୁ ବହୁତ ନିରାପଦ ଋଣ କୁହାଯାଇଥାଏ। ଏହି ଋଣ ବହୁତ କମ୍ ସୁଧରେ ଉପଲବ୍ଧ ହୋଇଥାଏ। ଏହି ଋଣକୁ ଅଳ୍ପ ସମୟ ପାଇଁ ନିଆଯାଇ ପାରିବ। ତେଣୁ ଏହାକୁ ସ୍ୱଳ୍ପ ମିଆଦି ବା ଶର୍ଟ ଟର୍ମ ଲୋନ ମଧ୍ୟ କୁହାଯାଇଥାଏ।
ସୁନା ଋଣର ଲାଭ
ସୁନା ଋଣ ବା ଗୋଲ୍ଡ ଲୋନ ଏକ ଲାଭଦାୟକ ଋଣ ଭାବରେ ବିବେଚନା କରାଯାଏ। ଏହାକୁ ବହୁତ କମ୍ ସୁଧରେ ନିଆଯାଇ ପାରିବ। ଏଥି ସହିତ ଏହା ଆଜିକାଲି ଅତି ସହଜରେ ହିଁ ମିଳି ଯାଉଛି। ଏହି ଲୋନରେ ସୁନା ମୂଲ୍ୟର ୭୫ ପ୍ରତିଶତ ବରାବର ଋଣ ମିଳିଥାଏ। ଆପଣ ଏହାକୁ ସ୍ୱଳ୍ପ ସମୟ ପାଇଁ ଅର୍ଥାତ୍ ଶର୍ଟ ଟର୍ମ ଋଣ ଆକାରରେ ନେଇ ପାରିବେ।
ଏହି ଉପାୟରେ ନିଅନ୍ତୁ ସୁନା ଋଣ
-ଆପଣ ସୁନା ଋଣ କୌଣସି ବି ଏମିତି ସଂସ୍ଥାରୁ ନେଇ ପାରିବେ, ଯାହା ସୁନା ବଦଳରେ ଋଣ ଦେଇଥାଏ।
-ଋଣ ନେବା ପାଇଁ ଆପଣଙ୍କ ପାଖରେ ସୁନା ଥିବା ଦରକାର। ଋଣ ନେବା ସମୟରେ ବ୍ୟାଙ୍କ କର୍ମଚାରୀମାନେ ଆପଣଙ୍କ ସୁନାର ଯାଞ୍ଚ କରି ଥାଆନ୍ତି।
-ଏହା ସହିତ ସେମାନେ ଏହାର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରି ଥାଆନ୍ତି।
-ଏହାପରେ ବ୍ୟାଙ୍କ ଆପଣଙ୍କଠାରୁ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ପୂରଣ କରେଇଥାଏ ଏବଂ ସମସ୍ତ ଔପଚାରିକତା ସମାପ୍ତ କରିଥାଏ।
-ଏହାପରେ ଆପଣଙ୍କଠାରୁ ID ପ୍ରମାଣ ମଧ୍ୟ ନିଆଯାଇଥାଏ। ଏଥିରେ ଅଧିକାଂଶ ଆଧାର କାର୍ଡ ଏବଂ ପାନ୍ କାର୍ଡ ବ୍ୟବହୃତ ହୋଇଥାଏ।
-ଏବେ ଏହାକୁ ଆପଣଙ୍କ ଋଣ ପାଇଁ ଦାଖଲ କରନ୍ତୁ।
-ଆପଣଙ୍କ ଋଣ ଅନୁମୋଦନ ହୋଇଯିବ ଏବଂ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିଯିବ।