Below header

ଦୁନିଆର ସବୁଠାରୁ ଭୟଙ୍କର ପବ୍‌ରୁ ଚୋରି ହେଲା ମହିଳାଙ୍କ ଖପୁରୀ, ୨୦୦ ବର୍ଷ ପୂର୍ବେ ମିଳିଥିଲା ମୃତ୍ୟୁ ଦଣ୍ଡ! ଜାଣନ୍ତୁ ପୂରା କାହାଣୀ

ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟିଥାଏ, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ପର୍ଯ୍ୟନ୍ତ ଆପଣ ଚୋରମାନେ ସୁନା, ରୂପା, ହୀରା, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବାର ଶୁଣିଥିବେ। କିନ୍ତୁ କ’ଣ କେବେ କାହାର ଖପୁରୀ ଚୋରି ହୋଇଥିବା ବିଷୟରେ ଆପଣ ଶୁଣିଛନ୍ତି କି? ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ, କିନ୍ତୁ ବାସ୍ତବରେ ଏମିତି ହିଁ ଏକ ଘଟିଛି ବ୍ରିଟେନରେ। ଏଠାରେ ଚୋରମାନେ ଏକ ଭୟଙ୍କର ପବରୁ ଜଣେ ମହିଳାଙ୍କ ଖପୁରୀ ଚୋରି କରି ନେଇଛନ୍ତି। ବର୍ତ୍ତମାନ ପବ୍ ତରଫରୁ ଏହାକୁ ଫେରାଇ ଦେବାକୁ ଅପିଲ କରାଯାଉଛି।

ପବରେ ରହିଛି ଅନେକ ଭୟାନକ ଜିନିଷ

ରିପୋର୍ଟ ମୁତାବକ, ବ୍ରିଟେନରେ ଗୋଲ୍ଡେନ ଫ୍ଲିସ୍ ନାମକ ଏକ ଭୟଙ୍କର ପବ୍ ରହିଛି, ଯେଉଁଠି ଅନେକ ଭୟଙ୍କର ଜିନିଷ ସବୁ ରଖାଯାଇଛି। ଏହି କ୍ରମରେ ଏଠାରେ ଊନବିଂଶ ଶତାବ୍ଦୀର ଏକ ଖପୁରୀର ପ୍ରତିକୃତି ମଧ୍ୟ ରଖାଯାଇଥିଲା। ଏହି ଖପୁରୀ ବର୍ଷ ୧୮୦୦ରେ ବ୍ୟାଙ୍କ ନୋଟ୍ ଠକେଇ ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଏଲିଜାବେଥ୍ ଜୋନ୍ସ ନାମ୍ନୀ ଜଣେ ମହିଳାଙ୍କର ଥିଲା। ପବ୍ ମ୍ୟାନେଜମେଣ୍ଟ ଏଠାରେ ତାଙ୍କ ଖପୁରୀର ଏକ ରେପ୍ଲିକା ଭର୍ସନ ରଖିଥିଲା। ଚୋରମାନେ ଏହାକୁ ହିଁ ଚୋରାଇ ନେଇ ଯାଇଛନ୍ତି।

ଚୋରି ପରେ ପବ୍ ମ୍ୟାନେଜମେଣ୍ଟ ଚିନ୍ତିତ

ସେପଟେ ଏହି ଚୋରି ବିଷୟରେ ଜଣା ପଡ଼ିବା ପରେ ହିଁ ପବ୍ ମ୍ୟାନେଜମେଣ୍ଟ ବହୁତ ଚିନ୍ତିତ ହୋଇ ପଡ଼ିଛି। ସେମାନେ ଏହି ଖପୁରୀକୁ ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ପୋଲିସର ସାହାଯ୍ୟ ନେବା ବ୍ୟତୀତ ପବ୍ ମ୍ୟାନେଜମେଣ୍ଟ ସୋସିଆଲ ମିଡିଆରେ ମଧ୍ୟ ଅପିଲ କରୁଛି କି, ଯାହାଙ୍କ ପାଖରେ ଏହି ଖପୁରୀ ଅଛି, ସେମାନେ ଏହାକୁ ଫେରାଇ ଦିଅନ୍ତୁ। ଦି ଗୋଲ୍ଡେନ ଫ୍ଲିସ୍ ପବ୍ ମୁତାବକ, ଏହି ସ୍ଥାନକୁ ଏଲିଜାବେଥ୍ ଯିବା ଆସିବା କରୁଥିଲେ। ଏହି ସ୍ଥାନର ମାଲିକଙ୍କ ତରଫରୁ ହିଁ ଖପୁରୀର ପ୍ରତିକୃତି ପବକୁ ଦାନ ଆକାରରେ ଦିଆଯାଇଥିଲା। କହି ରଖୁଛୁ, ଏହି ପବ୍ ବିଷୟରେ ଆହୁରି ବି ଅନେକ ଭୟଙ୍କର କାହାଣୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.