Below header

କୋଭିଡ୍ ପଜିଟିଭ ରୋଗୀ ଜଲ୍‌ଦି ରିକଭରି କରିବାକୁ ଚାହୁଁଥିଲେ… ଭୁଲ୍‌ରେ ବି ଛୁଅଁନ୍ତୁ ନାହିଁ ଏହି ସବୁ ଖାଦ୍ୟ; ନଚେତ୍ କମିଯିବ ରୋଗ ପ୍ରତିରୋଧକ ଶକ୍ତି

କରୋନା ଭାଇରସ ବୃଦ୍ଧି ମାମଲା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଜାୟ ରଖିବାକୁ ଏବଂ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଉଛନ୍ତି। କୁହାଯାଉଛି କି, ଶୀଘ୍ର ସୁସ୍ଥ ହେବା ପାଇଁ ସଂକ୍ରମିତ ରୋଗୀଙ୍କର ଦୈନିକ ଆହାରରେ ଭିଟାମିନ୍ ଡି ଏବଂ ସି ନିଶ୍ଚୟ ଅନ୍ତର୍ଭୁକ୍ତ କରାଯିବା ଉଚିତ। ସେପଟେ କିଛି ଜିନିଷ ଏମିତି ବି ଅଛି, ଯାହାକୁ ସେବନ କରିବାଠୁ କୋଭିଡ ରୋଗୀ ଦୂରେଇ ରହିବା ଉଚିତ। ଏମିତିରେ ଯଦି ଆପଣ କରୋନା ସହିତ ଲଢ଼ୁଛନ୍ତି, ତା’ ହେଲେ ଶୀଘ୍ର ରିକଭରି ବା ସୁସ୍ଥ ହେବା ପାଇଁ ଭୁଲ୍‌ରେ ବି ନିଜ ଖାଦ୍ୟରେ ଏହି ଜିନିଷଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତୁ ନାହିଁ। ଆସନ୍ତୁ ଜାଣିବା କ’ଣ ସେହି ସବୁ ଖାଦ୍ୟ।

ତେଲ ଛଣା ଜିନିଷଠାରୁ ଦୂରେଇ ରୁହନ୍ତୁ: ଯଦି କୋଭିଡ ପଜିଟିଭ ରୋଗୀ ପାଟିର ସ୍ୱାଦକୁ ଭଲ କରିବା ପାଇଁ ତେଲ ଛଣା ଜିନିଷ ଖାଉଛନ୍ତି, ତା’ ହେଲେ ବିଲକୁଲ ବି ଏମିତି କରନ୍ତୁ ନାହିଁ। ତେଲ ଛଣା ଜିନିଷଗୁଡ଼ିକରେ ଅଧିକ ମାତ୍ରାରେ ଫ୍ୟାଟ୍ ରହିଥାଏ। ଏମିତିରେ ଚିକ୍କଣିଆ ଜିନିଷ କୋଭିଡ୍ ରୋଗୀଙ୍କ ଶରୀରରେ ରୋଗ ସହ ଲଢ଼ିବାର କ୍ଷମତାକୁ ଦୁର୍ବଳ କରି ଦେଇଥାଏ। ଏଥି ସହିତ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼ାଇ ହୃଦ୍ ରୋଗୀଙ୍କ ପାଇଁ ବିପଦ ଡାକି ଆଣିଥାଏ।

ମଦ୍ୟପାନଠୁ ଦୂରେଇ ରୁହନ୍ତୁ: କରୋନା ସଂକ୍ରମିତ ବ୍ୟକ୍ତିମାନେ ମଦ୍ୟପାନଠୁ ମଧ୍ୟ ଦୂରେଇ ରହିବା ଉଚିତ୍। କାହିଁକି ନା, ମଦ୍ୟପାନ କରିବା ଦ୍ୱାରା କରୋନା ରିକଭରି ସମୟରେ ନିଆଯାଉଥିବା କେତେକ ଔଷଧର ପ୍ରଭାବ କମି ଯାଇପାରେ।

ପ୍ରକ୍ରିୟାକୃତ ଖାଦ୍ୟ ପହଞ୍ଚାଇବ କ୍ଷତି: କରୋନା ପଜିଟିଭ ରୋଗୀମାନେ ସବୁବେଳେ ଭୋକ ଲାଗିବା କାରଣରୁ ପ୍ରୋସେସଡ ଫୁଡ୍ ବା ପ୍ରକ୍ରିୟାକୃତ ଖାଦ୍ୟ ସେବନ କରିବା ଆରମ୍ଭ କରି ଦିଅନ୍ତି। କିନ୍ତୁ କୋଭିଡ ରୋଗୀଙ୍କ ପାଇଁ ଏମିତି ଜିନିଷ ଅତ୍ୟନ୍ତ କ୍ଷତିକାରକ ହୋଇ ପାରେ। ଡବାବନ୍ଦ ପ୍ରୋସେସଡ ଫୁଡରେ ସୋଡିୟମ୍ର ମାତ୍ରା ଅଧିକ ରହିଥାଏ, ଯେଉଁ କାରଣରୁ ଏହା କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ବାଧା ସୃଷ୍ଟି କରିଥାଏ। ଯାହାଫଳରେ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇ ଯାଇଥାଏ।

ଥଣ୍ଡା ଏବଂ ମିଠା ପାନୀୟ ସେବନ କରନ୍ତୁ ନାହିଁ: କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ନିଜର ଚିକିତ୍ସା ଚାଲିଥିବା ସମୟରେ ଥଣ୍ଡା ପାନୀୟ କିମ୍ବା ମୃଦୁ ପାନୀୟ ସେବନଠାରୁ ଦୂରେଇ ରହିବା ଉଚିତ୍। ଏହି ପ୍ରକାରର ପାନୀୟ କରୋନା ରିକଭରି ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.