ମନୋରଂଜନ

୩୭ ବର୍ଷରେ ପାଦ ଦେଲେ ଅଙ୍କିତା ଲୋଖଣ୍ଡେ, ବିବାହ ପରେ ସ୍ୱାମୀ ଭିକ୍କିଙ୍କ ସହ କଲେ ଜବରଦସ୍ତ ସେଲିବ୍ରେସନ୍‌; ଦେଖନ୍ତୁ ଫଟୋ

୩୭ ବର୍ଷରେ ପାଦ ଦେଲେ ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ। ନବ ବିବାହିତା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବାହାଘର ପରେ ପ୍ରଥମ ଜନ୍ମଦିନ ବେଶ୍‌ ଖାସ୍‌ ଅନ୍ଦାଜରେ ସେଲିବ୍ରେଟ୍‌ କରିଛନ୍ତି। ଅଙ୍କିତାଙ୍କ ଜନ୍ମଦିନ ପାଇଁ ସ୍ୱାମୀ ଭିକ୍କି ଜୈନ୍‌ ବିଳମ୍ବିତ ରାତିରେ ସରପ୍ରାଇଜ୍‌ ପ୍ଲାନ୍‌ କରିଥିଲେ।

ଭିକ୍କି ଜୈନ୍‌ ଅଙ୍କିତା ଲୋଖଣ୍ଡେଙ୍କ ପରିବାର ଓ ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ କରିଥିଲେ। ବିଳମ୍ବିତ ରାତିରେ ସମସ୍ତେ ମିଶି ଖୁବ୍‌ ମସ୍ତି କରିଥିଲେ। ଅଙ୍କିତାଙ୍କ ଜନ୍ମଦିନ ପାଇଁ ଭିକ୍କି ବେଶ୍‌ ସୁନ୍ଦର ଡେକୋରେସନ୍‌ କରିବା ସହ ଟେଷ୍ଟି କେକ୍‌ର ବି ଆୟୋଜନ କରିଥିଲେ। ଜନ୍ମଦିନ ପାର୍ଟିର କେତେକ ଇନ୍‌ସାଇଡ୍‌ ଭିଡିଓ ଅଙ୍କିତା ଲୋଖଣ୍ଡେ ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି।

ଦେଖନ୍ତୁ ପାର୍ଟିର ଭିଡିଓ:

ପ୍ରକାଶ ଯେ ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନ ୧୪ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ପରେ ଭିକ୍କି ସ୍ତ୍ରୀ ଅଙ୍କିତାଙ୍କ ଏହି ସ୍ପେଶାଲ ଡେ’କୁ ଆହୁରି ସ୍ପେଶାଲ କରିବାକୁ ଚାହିଁଛନ୍ତି। ଏଣୁ ସେ ଅଧ ରାତିରେ ସୋସିଆଲ ମିଡିଆରେ ସ୍ପେଶାଲ ପୋଷ୍ଟ ସେୟାର କରିବା ସହ ପରିବାର ଓ ସାଙ୍ଗସାଥୀଙ୍କ ସହ ପାର୍ଟି ବି ଆୟୋଜନ କରିଥିଲେ। ଅଙ୍କିତାଙ୍କ ଜନ୍ମଦିନର କେତେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଙ୍କିତାଙ୍କ ମା’ ଓ ଭଉଣୀଙ୍କ ସହ ତାଙ୍କ ସାଙ୍ଗ ତଥା ଟିଭି ଅଭିନେତ୍ରୀ ଆଶିତା ଧଓ୍ଵନ ମଧ୍ୟ ନଜର ଆସିଛନ୍ତି।

ଅଙ୍କିତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ଅବସରରେ ଭିକ୍କି ଜୈନ୍‌ ସୋସିଆଲ ମିଡିଆରେ ଅଙ୍କିତା ଓ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋର କ୍ୟାପସନ୍‌ରେ ଲେଖିଛନ୍ତି-ହାପି ବାର୍ଥ ଡେ’ ମିସେସ୍‌ ଜୈନ୍‌।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago