ମନୋରଂଜନ

ବିବାହରେ ଯୋଗ ଦେବା ପାଇଁ ପାକିସ୍ତାନରେ ପହଞ୍ଚିଲେ ଶତ୍ରୁଘ୍ନ ସିନ୍ହା, ଭାଇରାଲ ହେଲା ଭିଡିଓ

ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଠିକ୍‌ ନାହିଁ। ଗତ କିଛି ଦିନ ପୂର୍ବରୁ ଉଭୟ ଦେଶରେ ଉତ୍ତେଜନା ଜାରି ରହିଛି। ସୂଚନା ମୁତାବକ ଗୋଟେ ପକ୍ଷରେ ଭାରତ ପାକିସ୍ତାନ କଳାକାରଙ୍କ ଉପରେ ବ୍ୟାନ ଲଗାଇଥିବା ବେଳେ ଅନ୍ୟ ପକ୍ଷରେ ପଡୋଶୀ ଦେଶ ମଧ୍ୟ ବଲିଉଡ୍‌ ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି। ଏହା ମଧ୍ୟରେ ଲୋକପ୍ରିୟ ଅଭିନେତା ଏବଂ ପୂର୍ବ ଲୋକସଭା ସାଂସଦ ଶତ୍ରୁଘ୍ନ ସିଂହାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଲାହୋରରେ ହେଉଥିବା ଏକ ବିବାହ ସମୟର। ଏହି ବିବାହରେ ଯୋଗ ଦେବା ପାଇଁ ଶତ୍ରୁଘ୍ନ ସିନ୍ହା ପାକିସ୍ତାନ ଯାଇଥିଲେ। ଏହି ବିବାହ ସମାରୋହରେ ପାକରିସ୍ତାନୀ ଅଭିନେତ୍ରୀ ରୀମା ଖାନ୍‌ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ଏକାଠି ଫଟୋ ମଧ୍ୟ ଉଠାଇଛନ୍ତି। ବର୍ତ୍ତମାନ ଅଭିନେତାଙ୍କର ଏହି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ମାର୍କେଟରେ ଚର୍ଚ୍ଚାର ବିଷୟ ହୋଇଛି।
ଶତ୍ରୁଘ୍ନ ସିନ୍ହାଙ୍କ ଏହି ଭିଡିଓ ଏବଂ ଫଟୋ ପାକିସ୍ତାନର ପରେଓ୍ଵଜ ମୁଗଲ ନାମକ ଜଣେ ଫଟୋଗ୍ରାଫର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ହନା ଏବଂ ଅହମଦଙ୍କ କଓ୍ଵାଲୀ ନାଇଟ୍‌ରେ ରୀମା ଏବଂ ଶତ୍ରୁଘ୍ନ ଖୁସି ଥିବାର ନଜର ଆସିଛନ୍ତି।’

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago