ବିବାହରେ ଯୋଗ ଦେବା ପାଇଁ ପାକିସ୍ତାନରେ ପହଞ୍ଚିଲେ ଶତ୍ରୁଘ୍ନ ସିନ୍ହା, ଭାଇରାଲ ହେଲା ଭିଡିଓ

ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଠିକ୍‌ ନାହିଁ। ଗତ କିଛି ଦିନ ପୂର୍ବରୁ ଉଭୟ ଦେଶରେ ଉତ୍ତେଜନା ଜାରି ରହିଛି। ସୂଚନା ମୁତାବକ ଗୋଟେ ପକ୍ଷରେ ଭାରତ ପାକିସ୍ତାନ କଳାକାରଙ୍କ ଉପରେ ବ୍ୟାନ ଲଗାଇଥିବା ବେଳେ ଅନ୍ୟ ପକ୍ଷରେ ପଡୋଶୀ ଦେଶ ମଧ୍ୟ ବଲିଉଡ୍‌ ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି। ଏହା ମଧ୍ୟରେ ଲୋକପ୍ରିୟ ଅଭିନେତା ଏବଂ ପୂର୍ବ ଲୋକସଭା ସାଂସଦ ଶତ୍ରୁଘ୍ନ ସିଂହାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।

satrunghaରିପୋର୍ଟ ଅନୁଯାୟୀ ଏହି ଭିଡିଓ ଲାହୋରରେ ହେଉଥିବା ଏକ ବିବାହ ସମୟର। ଏହି ବିବାହରେ ଯୋଗ ଦେବା ପାଇଁ ଶତ୍ରୁଘ୍ନ ସିନ୍ହା ପାକିସ୍ତାନ ଯାଇଥିଲେ। ଏହି ବିବାହ ସମାରୋହରେ ପାକରିସ୍ତାନୀ ଅଭିନେତ୍ରୀ ରୀମା ଖାନ୍‌ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ଏକାଠି ଫଟୋ ମଧ୍ୟ ଉଠାଇଛନ୍ତି। ବର୍ତ୍ତମାନ ଅଭିନେତାଙ୍କର ଏହି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ମାର୍କେଟରେ ଚର୍ଚ୍ଚାର ବିଷୟ ହୋଇଛି।
ଶତ୍ରୁଘ୍ନ ସିନ୍ହାଙ୍କ ଏହି ଭିଡିଓ ଏବଂ ଫଟୋ ପାକିସ୍ତାନର ପରେଓ୍ଵଜ ମୁଗଲ ନାମକ ଜଣେ ଫଟୋଗ୍ରାଫର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ହନା ଏବଂ ଅହମଦଙ୍କ କଓ୍ଵାଲୀ ନାଇଟ୍‌ରେ ରୀମା ଏବଂ ଶତ୍ରୁଘ୍ନ ଖୁସି ଥିବାର ନଜର ଆସିଛନ୍ତି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.