Below header

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର : ଏଣିକି ପବନରୁ ବି ଉତ୍ପାଦନ କରାଯାଇପାରିବ ବିଜୁଳି ଶକ୍ତି

ବିଶ୍ଵବ୍ୟାପୀ ଶକ୍ତି ଉତ୍ପାଦନକୁ ନେଇ ଅନେକ ଗବେଷଣା ମାନ ଚାଲୁରହିଛି । ଅନେକ ଦିନ ଧରି ବିଭିନ୍ନ ଅଞ୍ଚଳର ବୈଜ୍ଞାନିକ ମାନେ କିଭଳି କାର୍ବନର ବ୍ୟବହାର କରାନଯାଇ ବିଜୁଳି ଶକ୍ତି ଉତ୍ପାଦନ କରାଯାଇପାରିବ ସେନେଇ ଚେଷ୍ଟା କରି ଆସୁଛନ୍ତି । ଆମେରିକାର ମାସାଚୁସେଟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ଏକ ନୂଆ ବିକଳ୍ପ ଖୋଜି ବାହାର କରିଛନ୍ତି । ଗବେଷକ ମାନେ ଏମିତି ଏକ ଡିଭାଇସ ବାହାର କରିଛନ୍ତି ଯାହାକି ପବନରୁ ବିଜୁଳି ଶକ୍ତି ଉତ୍ପାଦନ କରିପାରିବ । ଆଉ ମଧ୍ୟ ଏହି ସ୍ୱତନ୍ତ୍ର ଡିଭାଇସ ବାୟୁ କଣିକାରେ ମହଜୂତ ଥିବା କ୍ଷୁଦ୍ର କଣିକା ମାନଙ୍କୁ ମଧ୍ୟ ବଦଳାଇ ପାରିବ । ଏହାକୁ ଆବିଷ୍କାର କରିଥିବା ବୈଜ୍ଞାନିକ ମାନେ ଏହାର ନାମ ଏୟାର ଜେନେରେଟର ରଖିଛନ୍ତି । ଏଥିରେ ୧୦ ମାଇକ୍ରୋନ ଠାରୁ ବି ପତଳା ଇଲେକ୍ଟ୍ରୋଡ୍ସର ବ୍ୟବହାର କରାଯାଇଛି ।

electricity new

ଏହି ପତଳା ଇଲେକ୍ଟ୍ରୋଡ୍ସ ଗୁଡିକ ପବନରେ ମହଜୂତ ଥିବା ଜଳ କଣିକା ଗୁଡିକୁ ମଧ୍ୟ ଶୋଷି ନେଇଥାଏ । ପରେ ଇଲେକ୍ଟ୍ରୋଡ୍ସରେ ମହଜୂତ ଥିବା ପ୍ରୋଟିନ ସହ ପ୍ରତିକ୍ରିୟା କରି ବିଜୁଳି ଶକ୍ତି ଉତ୍ପାଦନ କରିଥାଏ । ଏହି ଡିଭାଇସ ଟି ୦.୫ ଭୋଲ୍ଟର ବିଜୁଳି ଶକ୍ତି ଉତ୍ପାଦନ କରି ପାରିବ । ଏହାସହ ଅନ୍ୟ ଡିଭାଇସ ସହ କନେକଟ କରାଯାଇ ବିଜୁଳି ଶକ୍ତି ଉତ୍ପାଦନ କରାଯାଇପାରିବ । ଆଗକୁ ଏହି ଟେକନିକର ବ୍ୟବହାର ସ୍ମାର୍ଟୱାଚ ଓ ସ୍ମାର୍ଟଫୋନ ରେ ବି କରାଯିବା ନେଇ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.