Categories: ମନୋରଂଜନ

୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥଲେ ଦିଶା ପଟାନୀ, ସଫଳତା ପରେ ନିଜକୁ ଗିଫ୍ଟ କଲେ ୫ କୋଟି ଟଙ୍କାର ଘର

୨୬ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ । ୧୩ ଜୁନ ୧୯୯୨ରେ ଜନ୍ମ ହୋଇଥିବା ଦିଶାଙ୍କୁ ନ୍ୟାସନାଲ୍ କ୍ରଶ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯୁବପିଢୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଦିଶା । ତେବେ ନିଜ ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚିତ ଟାଇଗର୍ ଶ୍ରଫଙ୍କ ପ୍ରେମିକା ଦିଶା । ନିକଟରେ ସଲମାନଙ୍କ ସହ ଦିଶାଙ୍କ ଫିଲ୍ମ ଭାରତ ରିଲିଜ୍ ହୋଇଥିଲା । ଯାହା ବକ୍ସ ଅଫିସରେ ଭଲ ଆୟ କରିଥିଲା । ତେବେ ଦିଶାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।

ଦିଶାଙ୍କର ପ୍ରଥମ ଫିଲ୍ମ ହେଉଛି ସୁଶାନ୍ତ ସିଂହଙ୍କ ଏମଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ । ଫିଲ୍ମରେ ତାଙ୍କ ରୋଲ୍ ଯଦିଓ ଛୋଟ ଥିଲା କିନ୍ତୁ ଦର୍ଶକଙ୍କ ହୃଦୟ ଜିତି ପାରିଥିଲା । ତେବେ ବଲିଉଡ୍ ପୂର୍ବରୁ ତେଲୁଗୁ ଫିଲ୍ମ ଲୋଫରରେ ନଜର ଆସିଥିଲେ ଦିଶା । ଏହା ପରେ ଏକ ମ୍ୟୁଜିକ୍ ଭିଡିଓ କରିଥିଲେ ଯାହା ପରେ ତାଙ୍କର ବଲିଉଡ୍ ଯାତ୍ରା ଆରମ୍ଭ ହୋଇଥିଲା । ତେବେ ଦିଶାଙ୍କ ଏହି ବଲିଉଡ୍ ଯାତ୍ରା ନଥିଲା ସହଜ । ଏକ ସାକ୍ଷାତକାରରେ ଦିଶା କହିଥିଲେ ଅଭିନୟର ସ୍ବପ୍ନକୁ ପୁରା କରିବା ପାଇଁ ନିଜ ପାଠପଢାକୁ ଅଧାରେ ଛାଡି ଦେଇଥିଲେ ।

ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ ଦିଶା । ଏହା ସହ କହିଛନ୍ତି ଯେତେ ସମସ୍ୟା ଆସିଲେ ମଧ୍ୟ ସେ ଘରୁ ସାହାଯ୍ୟ ନେଇନଥିଲେ । ଦିଶାଙ୍କର ସବୁଠାରୁ ବଡ଼ କ୍ରଶ୍ ହେଉଛନ୍ତି ରଣବୀର କପୁର । ପ୍ରତିଦିନ ସ୍କୁଲ୍ ଯିବା ସମୟରେ ସେ ସେହି ବାଟ ଦେଇ ଯାଆନ୍ତି ଯେଉଁପଟେ ରଣବୀରଙ୍କ ପୋଷ୍ଟର ଲାଗିଥାଏ । ଆଉ ସେହି ପୋଷ୍ଟରକୁ ସେଯାଏ ବୁଲି ବୁଲି ଦେଖନ୍ତି ଯେଉଁଯାଏ ତାହା ଲୁଚି ନଯାଇଛି । ଆଉ ଏହି ଚକ୍କରରେ ଅନେକ ଥର ତାଙ୍କର ଦୁର୍ଘଟଣା ମଧ୍ୟ ହୋଇଛି ।

ଟାଇଗରଙ୍କ ପୂର୍ବରୁ ଦିଶା ଛୋଟ ପରଦାର ବଡ଼ ଅଭିନେତା ପାର୍ଥ ସମନ୍ଥନଙ୍କ ସହ ଡେଟ୍ କରୁଥିଲେ । ଉଭୟ ପ୍ରାୟ ୧ ବର୍ଷରୁ ଅଧିକ ରିଲେସନସିପରେ ଥିଲେ । ତେବେ ସେତେବେଳେ ଇଣ୍ଡଷ୍ଟ୍ରିରେ ବେଶୀ ଆକ୍ଟିଭ୍ ନଥିଲେ ଦିଶା । କିନ୍ତୁ ପାର୍ଥଙ୍କ ପାର୍ଥଙ୍କ ଲୋକପ୍ରିୟତା ଟିଭି ଇଣ୍ଡଷ୍ଟ୍ରିରେ ଖୁବ୍ ଥିଲା । ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ ।

କେବେ ୫୦୦ ଟଙ୍କା ହାତରେ ନେଇ ଆସିଥିବା ଦିଶା ଏବେ ୫ କୋଟି ଟଙ୍କାର ଘରର ମାଲିକାଣୀ । ଏହି ଆପାର୍ଟମେଣ୍ଟ ସେ ନିଜକୁ ୨୦୧୭ରେ ଗିଫ୍ଟ କରିଥିଲେ । ଯାହାର ନାମ ହେଉଛି ଲିଟିଲ୍ ହଟ୍ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

16 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago