୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥଲେ ଦିଶା ପଟାନୀ, ସଫଳତା ପରେ ନିଜକୁ ଗିଫ୍ଟ କଲେ ୫ କୋଟି ଟଙ୍କାର ଘର

୨୬ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ । ୧୩ ଜୁନ ୧୯୯୨ରେ ଜନ୍ମ ହୋଇଥିବା ଦିଶାଙ୍କୁ ନ୍ୟାସନାଲ୍ କ୍ରଶ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯୁବପିଢୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଦିଶା । ତେବେ ନିଜ ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚିତ ଟାଇଗର୍ ଶ୍ରଫଙ୍କ ପ୍ରେମିକା ଦିଶା । ନିକଟରେ ସଲମାନଙ୍କ ସହ ଦିଶାଙ୍କ ଫିଲ୍ମ ଭାରତ ରିଲିଜ୍ ହୋଇଥିଲା । ଯାହା ବକ୍ସ ଅଫିସରେ ଭଲ ଆୟ କରିଥିଲା । ତେବେ ଦିଶାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।

ଦିଶାଙ୍କର ପ୍ରଥମ ଫିଲ୍ମ ହେଉଛି ସୁଶାନ୍ତ ସିଂହଙ୍କ ଏମଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ । ଫିଲ୍ମରେ ତାଙ୍କ ରୋଲ୍ ଯଦିଓ ଛୋଟ ଥିଲା କିନ୍ତୁ ଦର୍ଶକଙ୍କ ହୃଦୟ ଜିତି ପାରିଥିଲା । ତେବେ ବଲିଉଡ୍ ପୂର୍ବରୁ ତେଲୁଗୁ ଫିଲ୍ମ ଲୋଫରରେ ନଜର ଆସିଥିଲେ ଦିଶା । ଏହା ପରେ ଏକ ମ୍ୟୁଜିକ୍ ଭିଡିଓ କରିଥିଲେ ଯାହା ପରେ ତାଙ୍କର ବଲିଉଡ୍ ଯାତ୍ରା ଆରମ୍ଭ ହୋଇଥିଲା । ତେବେ ଦିଶାଙ୍କ ଏହି ବଲିଉଡ୍ ଯାତ୍ରା ନଥିଲା ସହଜ । ଏକ ସାକ୍ଷାତକାରରେ ଦିଶା କହିଥିଲେ ଅଭିନୟର ସ୍ବପ୍ନକୁ ପୁରା କରିବା ପାଇଁ ନିଜ ପାଠପଢାକୁ ଅଧାରେ ଛାଡି ଦେଇଥିଲେ ।

Disha Pataniଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ ଦିଶା । ଏହା ସହ କହିଛନ୍ତି ଯେତେ ସମସ୍ୟା ଆସିଲେ ମଧ୍ୟ ସେ ଘରୁ ସାହାଯ୍ୟ ନେଇନଥିଲେ । ଦିଶାଙ୍କର ସବୁଠାରୁ ବଡ଼ କ୍ରଶ୍ ହେଉଛନ୍ତି ରଣବୀର କପୁର । ପ୍ରତିଦିନ ସ୍କୁଲ୍ ଯିବା ସମୟରେ ସେ ସେହି ବାଟ ଦେଇ ଯାଆନ୍ତି ଯେଉଁପଟେ ରଣବୀରଙ୍କ ପୋଷ୍ଟର ଲାଗିଥାଏ । ଆଉ ସେହି ପୋଷ୍ଟରକୁ ସେଯାଏ ବୁଲି ବୁଲି ଦେଖନ୍ତି ଯେଉଁଯାଏ ତାହା ଲୁଚି ନଯାଇଛି । ଆଉ ଏହି ଚକ୍କରରେ ଅନେକ ଥର ତାଙ୍କର ଦୁର୍ଘଟଣା ମଧ୍ୟ ହୋଇଛି ।

ଟାଇଗରଙ୍କ ପୂର୍ବରୁ ଦିଶା ଛୋଟ ପରଦାର ବଡ଼ ଅଭିନେତା ପାର୍ଥ ସମନ୍ଥନଙ୍କ ସହ ଡେଟ୍ କରୁଥିଲେ । ଉଭୟ ପ୍ରାୟ ୧ ବର୍ଷରୁ ଅଧିକ ରିଲେସନସିପରେ ଥିଲେ । ତେବେ ସେତେବେଳେ ଇଣ୍ଡଷ୍ଟ୍ରିରେ ବେଶୀ ଆକ୍ଟିଭ୍ ନଥିଲେ ଦିଶା । କିନ୍ତୁ ପାର୍ଥଙ୍କ ପାର୍ଥଙ୍କ ଲୋକପ୍ରିୟତା ଟିଭି ଇଣ୍ଡଷ୍ଟ୍ରିରେ ଖୁବ୍ ଥିଲା । ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ ।

dishaକେବେ ୫୦୦ ଟଙ୍କା ହାତରେ ନେଇ ଆସିଥିବା ଦିଶା ଏବେ ୫ କୋଟି ଟଙ୍କାର ଘରର ମାଲିକାଣୀ । ଏହି ଆପାର୍ଟମେଣ୍ଟ ସେ ନିଜକୁ ୨୦୧୭ରେ ଗିଫ୍ଟ କରିଥିଲେ । ଯାହାର ନାମ ହେଉଛି ଲିଟିଲ୍ ହଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.