ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଆର.କେ ବାଜପେୟୀଙ୍କ ନିଧନ ହୋଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଆସୁଥିଲେ । କିନ୍ତୁ ସପ୍ତାହେ ହେବ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଥିଲେ । ମୃତ୍ୟୁବେଳକୁ ତାଙ୍କ ବୟସ ୮୩ ବର୍ଷ ହେବ ବୋଲି ଜଣାଯାଇଛି । ତାଙ୍କ ଅନ୍ତିମ ସଂସ୍କାର ଆଜି ଦିନ ୧.୩୦ ସମୟରେ ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ସମ୍ପର୍ଣ୍ଣ ହୋଇଛି ।
ସୂଚନାରୁ ଜଣାଯାଇଛିଯେ ମନୋଜଙ୍କ ପିତାଙ୍କ ଦେହ କିଛି ଦିନ ହେବ ଅଧିକ ବିଗିଡି ଯାଇଥିଲା । ଏହି କାରଣରୁ ମନୋଜ କେରଳରେ ଚାଲିଥିବା ସୁଟିଂ ଛାଡି ଦିଲ୍ଲୀ ଚାଲିଆସିଥିଲେ । ସୂଚନା ଦେଉଛୁକି ଆଗାମୀ ପ୍ରୋଜେକ୍ଟ ପାଇଁ କେରଳରେ ମନୋଜଙ୍କ ସୁଟିଂ ଚାଲିଥିଲା । ଖୁବ କମ ଲୋକ ଜାଣନ୍ତିଯେ ମନୋଜଙ୍କ ପିତା ବୃତ୍ତିରେ ଜଣେ ଚାଷୀ । ପୁଅ ମନୋଜଙ୍କ ଏତେ ସଫଳତା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ
ପାରିନଥିଲା । ନିଜ ଶେଷ ସମୟରେ ବିହାରସ୍ଥିତ ନିଜ ପୈତୃକ ବାସଭବନରେ ଖୁବ ସାଧାସିଧା ଜୀବନ ଅତିବାହିତ କରୁଥିଲେ । କହିରଖିବା ଉଚିତ ହେବକି, ମନୋଜ ଏହା ପୂର୍ବରୁ ସ୍ପାଇ ଥ୍ରୀଲର ୱେବ ସିରିଜ “ଦ ଫ୍ୟାମିଲି ମ୍ୟାନର ଦ୍ଵିତୀୟ ସିଜନ ଦ ଫ୍ୟାମିଲି ମ୍ୟାନ 2” ରେ ନଜର ଆସିଥିଲେ । ଏଥିରେ ମନୋଜଙ୍କ ଅଭିନୟକୁ ଖୁବ ପ୍ରଶଂସା ସାଉଁଟିଥିଲା ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…