ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଆର.କେ ବାଜପେୟୀଙ୍କ ନିଧନ

ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଆର.କେ ବାଜପେୟୀଙ୍କ ନିଧନ ହୋଇଛି  । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଆସୁଥିଲେ  । କିନ୍ତୁ ସପ୍ତାହେ ହେବ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଥିଲେ । ମୃତ୍ୟୁବେଳକୁ ତାଙ୍କ ବୟସ ୮୩ ବର୍ଷ ହେବ ବୋଲି ଜଣାଯାଇଛି  । ତାଙ୍କ ଅନ୍ତିମ ସଂସ୍କାର ଆଜି ଦିନ ୧.୩୦ ସମୟରେ ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ସମ୍ପର୍ଣ୍ଣ ହୋଇଛି ।

ସୂଚନାରୁ ଜଣାଯାଇଛିଯେ ମନୋଜଙ୍କ ପିତାଙ୍କ ଦେହ କିଛି ଦିନ ହେବ ଅଧିକ ବିଗିଡି ଯାଇଥିଲା । ଏହି କାରଣରୁ ମନୋଜ କେରଳରେ ଚାଲିଥିବା ସୁଟିଂ ଛାଡି ଦିଲ୍ଲୀ ଚାଲିଆସିଥିଲେ  । ସୂଚନା ଦେଉଛୁକି ଆଗାମୀ ପ୍ରୋଜେକ୍ଟ ପାଇଁ କେରଳରେ ମନୋଜଙ୍କ ସୁଟିଂ ଚାଲିଥିଲା । ଖୁବ କମ ଲୋକ ଜାଣନ୍ତିଯେ ମନୋଜଙ୍କ ପିତା ବୃତ୍ତିରେ ଜଣେ ଚାଷୀ  । ପୁଅ ମନୋଜଙ୍କ ଏତେ ସଫଳତା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ

ପାରିନଥିଲା  । ନିଜ ଶେଷ ସମୟରେ ବିହାରସ୍ଥିତ ନିଜ ପୈତୃକ ବାସଭବନରେ ଖୁବ ସାଧାସିଧା ଜୀବନ ଅତିବାହିତ କରୁଥିଲେ  । କହିରଖିବା ଉଚିତ ହେବକି, ମନୋଜ ଏହା ପୂର୍ବରୁ ସ୍ପାଇ ଥ୍ରୀଲର ୱେବ ସିରିଜ “ଦ ଫ୍ୟାମିଲି ମ୍ୟାନର ଦ୍ଵିତୀୟ ସିଜନ ଦ ଫ୍ୟାମିଲି ମ୍ୟାନ 2” ରେ ନଜର ଆସିଥିଲେ  । ଏଥିରେ ମନୋଜଙ୍କ ଅଭିନୟକୁ ଖୁବ ପ୍ରଶଂସା ସାଉଁଟିଥିଲା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.