ଦ୍ୱିତୀୟ ଥର ପାଇଁ ମା’ ହେଲେ ନେହା ଧୁପିଆ, ଦେଲେ ପୁତ୍ର ସନ୍ତାନ ଜନ୍ମ; ସ୍ୱାମୀ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେଲେ ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ। ସେ ଏକ ପୁତ୍ର ଜନ୍ମ ଦେଇଛନ୍ତି। ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ନେହାଙ୍କର ଏକ ଝିଅ ଅଛି, ଯାହାର ନାଁ ମେହେର।

ଅଙ୍ଗଦ ବେଦୀ ନେହା ଧୁପିଆଙ୍କ ସହ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ‘ସର୍ବ ଶକ୍ତିମାନ ଆଜି ଆମକୁ ଏକ ପୁଅ ଆଶୀର୍ବାଦ କରିଛନ୍ତି। ନେହା ଓ ବେବି ଉଭୟେ ସୁସ୍ଥ ଅଛନ୍ତି। ମେହେର ବେବିକୁ ନୂଆ ‘ବେବି’ ଟାଇଟଲ ଦେବାକୁ ପ୍ରସ୍ତୁତ ଅଛି। ଭଗବାନ ଆଶୀର୍ବାଦ କରନ୍ତୁ’।

 

View this post on Instagram

 

A post shared by ANGAD BEDI (@angadbedi)

ଏହି ପୋଷ୍ଟରେ ଅଙ୍ଗଦ ନେହାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ନେହାଙ୍କ ପାଇଁ ଲେଖିଛନ୍ତି, ଏହି ଯାତ୍ରାରେ ଏଭଳି ଯୋଦ୍ଧା ହୋଇଥିବାରୁ ଧନ୍ୟବାଦ। ଆସ ଆମେ ୪ ଜଣ ମିଶି ଏହାକୁ ଆହୁରି ସୁନ୍ଦର କରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.