ମନୋରଂଜନ

ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକରଙ୍କ ବିବାହର ଫାଷ୍ଟ ଫଟୋ ଆସିଲା ସାମ୍ନାକୁ, ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ

ଟିଭି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଓ ତାଙ୍କ ପ୍ରେମିକ ଅପୂର୍ବ ପଡଗାଓଁକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ଫେବୃଆରୀ ୨୦, ମଙ୍ଗଳବାର ଦିନ ସମ୍ପୂର୍ଣ୍ଣ ମରାଠୀ ରୀତିନୀତିରେ ବିବାହ କରିଛନ୍ତି । ଯାହାର ଫାଷ୍ଟ ଝଲକ୍‌ ସାମ୍ନାକୁ ଆସିଛି । ତେବେ ଦିବ୍ୟା ସୋସିଆଲ ମିଡିଆରେ ତାଙ୍କ ବିବାହର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଦୁଇ ଜଣ ବହୁତ ସିମ୍ପଲ୍‌ ଭାବେ ମୁମ୍ବାଇରେ ବିବାହ କରିଛନ୍ତି । ଏହି ଫଟୋଗୁଡ଼ିକରେ ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ତେବେ ଦିବ୍ୟା ଅଗ୍ରୱାଲ ତାଙ୍କ ବିବାହରେ ପର୍ପଲ କଲର ଲେହେଙ୍ଗା ଏବଂ ଅପୂର୍ବ ପଡଗାଓଁକର ପର୍ପଲ କଲର ଶେରୱାନିରେ ପନ୍ଧିଥିବାର ନଜର ଆସିଛନ୍ତି । ବିବାହରେ ଦୁଇ ଜଣଙ୍କ ଥିମ୍ ବହୁତ ସୁନ୍ଦର ଦେଖାଯାଉଥିଲା । ଫଟୋ ସେୟାର କରିବାବେଳେ ଦିବ୍ୟା ଅଗ୍ରୱାଲ କ୍ୟାପସନରେ ଲେଖିଛନ୍ତି, ‘ଏହି ମୁହୂର୍ତ୍ତରୁ ଆମର ପ୍ରେମ କାହାଣୀ ପୁଣି ଥରେ ଆରମ୍ଭ ହେଲା…’ । ତେବେ ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକରଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର ହୋଇଥିବା ବିବାହ ଫଟୋରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଫଟୋଗୁଡ଼ିକରେ ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ଏକ ରୋମାଣ୍ଟିକ ଷ୍ଟାଇଲ୍‌ରେ ନଜର ଆସିଛନ୍ତି । ଏହି ଫଟୋରେ ଉଭୟ ବହୁତ ହିଁ ସୁନ୍ଦର ଲାଗୁଥିଲେ । ଲୋକମାନେ ଅଭିନେତ୍ରୀଙ୍କ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି । ତେବେ ଦିବ୍ୟା ପର୍ପଲ କଲର ଲେହେଙ୍ଗା ପିନ୍ଧିଥିଲେ, ଏବଂ ମୁଣ୍ଡରେ ଚୁନୁରି, ଖୋଲା କେଶ ଏବଂ ବେକରେ ଏକ ହୀରା ହାରରେ ଦିବ୍ୟା ସମ୍ପୂର୍ଣ୍ଣ ଭିନ୍ନ ଲାଗୁଥିଲେ । ଏହି ଲୁକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଦିବ୍ୟା ଅଗ୍ରୱାଲ ଗତ ବର୍ଷ ବରୁଣ ସୁଦଙ୍କ ସହ ବ୍ରେକଅପ୍ କଲାପରେ । ଅପୂର୍ବ ପଡଗାଓଁକରଙ୍କ ସହ ରିଲେସନ୍‌ସିପ୍‌ରେ ରହିଥିଲେ । ତେବେ ଟିଭି ବ୍ୟତୀତ ଦିବ୍ୟା ଅଗ୍ରୱାଲଙ୍କୁ ଅନେକ ୱେବ୍ ସିରିଜ୍ ଏବଂ ରିଆଲିଟି ସୋ’ରେ ମଧ୍ୟ ଦେଖିବାକୁ ମିଳିଛି । ଦିବ୍ୟା ଅଗ୍ରୱାଲ ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ଓଟିଟି ସିଜିନ୍‌ ୧’ ରେ ବିଜେତା ହୋଇଥିଲେ ।

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

3 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

3 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

4 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

4 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

4 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

4 hours ago