ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକରଙ୍କ ବିବାହର ଫାଷ୍ଟ ଫଟୋ ଆସିଲା ସାମ୍ନାକୁ, ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ
ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ଫେବୃଆରୀ ୨୦, ମଙ୍ଗଳବାର ଦିନ ସମ୍ପୂର୍ଣ୍ଣ ମରାଠୀ ରୀତିନୀତିରେ ବିବାହ କରିଛନ୍ତି । ଯାହାର ଫାଷ୍ଟ ଝଲକ୍ ସାମ୍ନାକୁ ଆସିଛି । ତେବେ ଦିବ୍ୟା ସୋସିଆଲ ମିଡିଆରେ ତାଙ୍କ ବିବାହର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

ଟିଭି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଓ ତାଙ୍କ ପ୍ରେମିକ ଅପୂର୍ବ ପଡଗାଓଁକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ଫେବୃଆରୀ ୨୦, ମଙ୍ଗଳବାର ଦିନ ସମ୍ପୂର୍ଣ୍ଣ ମରାଠୀ ରୀତିନୀତିରେ ବିବାହ କରିଛନ୍ତି । ଯାହାର ଫାଷ୍ଟ ଝଲକ୍ ସାମ୍ନାକୁ ଆସିଛି । ତେବେ ଦିବ୍ୟା ସୋସିଆଲ ମିଡିଆରେ ତାଙ୍କ ବିବାହର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଦୁଇ ଜଣ ବହୁତ ସିମ୍ପଲ୍ ଭାବେ ମୁମ୍ବାଇରେ ବିବାହ କରିଛନ୍ତି । ଏହି ଫଟୋଗୁଡ଼ିକରେ ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ତେବେ ଦିବ୍ୟା ଅଗ୍ରୱାଲ ତାଙ୍କ ବିବାହରେ ପର୍ପଲ କଲର ଲେହେଙ୍ଗା ଏବଂ ଅପୂର୍ବ ପଡଗାଓଁକର ପର୍ପଲ କଲର ଶେରୱାନିରେ ପନ୍ଧିଥିବାର ନଜର ଆସିଛନ୍ତି । ବିବାହରେ ଦୁଇ ଜଣଙ୍କ ଥିମ୍ ବହୁତ ସୁନ୍ଦର ଦେଖାଯାଉଥିଲା । ଫଟୋ ସେୟାର କରିବାବେଳେ ଦିବ୍ୟା ଅଗ୍ରୱାଲ କ୍ୟାପସନରେ ଲେଖିଛନ୍ତି, ‘ଏହି ମୁହୂର୍ତ୍ତରୁ ଆମର ପ୍ରେମ କାହାଣୀ ପୁଣି ଥରେ ଆରମ୍ଭ ହେଲା…’ । ତେବେ ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକରଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର ହୋଇଥିବା ବିବାହ ଫଟୋରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଫଟୋଗୁଡ଼ିକରେ ଦିବ୍ୟା ଅଗ୍ରୱାଲ ଓ ଅପୂର୍ବ ପଡଗାଓଁକର ଏକ ରୋମାଣ୍ଟିକ ଷ୍ଟାଇଲ୍ରେ ନଜର ଆସିଛନ୍ତି । ଏହି ଫଟୋରେ ଉଭୟ ବହୁତ ହିଁ ସୁନ୍ଦର ଲାଗୁଥିଲେ । ଲୋକମାନେ ଅଭିନେତ୍ରୀଙ୍କ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି । ତେବେ ଦିବ୍ୟା ପର୍ପଲ କଲର ଲେହେଙ୍ଗା ପିନ୍ଧିଥିଲେ, ଏବଂ ମୁଣ୍ଡରେ ଚୁନୁରି, ଖୋଲା କେଶ ଏବଂ ବେକରେ ଏକ ହୀରା ହାରରେ ଦିବ୍ୟା ସମ୍ପୂର୍ଣ୍ଣ ଭିନ୍ନ ଲାଗୁଥିଲେ । ଏହି ଲୁକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଦିବ୍ୟା ଅଗ୍ରୱାଲ ଗତ ବର୍ଷ ବରୁଣ ସୁଦଙ୍କ ସହ ବ୍ରେକଅପ୍ କଲାପରେ । ଅପୂର୍ବ ପଡଗାଓଁକରଙ୍କ ସହ ରିଲେସନ୍ସିପ୍ରେ ରହିଥିଲେ । ତେବେ ଟିଭି ବ୍ୟତୀତ ଦିବ୍ୟା ଅଗ୍ରୱାଲଙ୍କୁ ଅନେକ ୱେବ୍ ସିରିଜ୍ ଏବଂ ରିଆଲିଟି ସୋ’ରେ ମଧ୍ୟ ଦେଖିବାକୁ ମିଳିଛି । ଦିବ୍ୟା ଅଗ୍ରୱାଲ ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ଓଟିଟି ସିଜିନ୍ ୧’ ରେ ବିଜେତା ହୋଇଥିଲେ ।
View this post on Instagram