Below header

ଚୁପ୍‌ ଚାପ୍‌ ଛେଳିଙ୍କୁ ଆକ୍ରମଣ କରି ଉଭାନ ହେଇଯାଉଛି ଅଜଣା ଜନ୍ତୁ, ଦିନ ରାତି ଜଗି ରହୁଛନ୍ତି ଗ୍ରାମବାସୀ

ଅଜଣାଜନ୍ତୁ ଆକ୍ରମଣରେ ୭ଟି ଛେଳିଙ୍କ ମୃତ୍ୟୁ ହୋଇଛି ଏବଂ ଗୋଟିଏ ଛେଳି ଗୁରୁତର ଅଛି । ସୂଚନା ଥାଉକି ଦଶପଲ୍ଲା ବ୍ଲକ ସ୍ଥିତ ତୁମାଣ୍ଡି ଗ୍ରାମର ମହେନ୍ଦ୍ର ନାୟକଙ୍କ ୮ଟି ଛେଳି ଗୁହାଳରେ ବନ୍ଧା ହୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆସି ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଥିଲା ।

ରାତିରେ ସବୁ ଶୋଇଗଲା ପରେ ଗାଁରେ ବୁଲୁଛି ଅଜଣା ଜନ୍ତୁ । ଚୁପ୍‌ ଚାପ୍‌ ଦିନ ସାରା ଜଗି ରହୁଛି କେମିତି ଅନ୍ଧାର ହେବ ଆଉ ଗାଁ ଲୋକେ ଶୋଇବେ । ଆଉ ସବୁ ଶୋଇଗଲା ପରେ ଛେଳିଙ୍କୁ କରୁଛି ଆକ୍ରମଣ । କିଛି ଛେଳିଙ୍କୁ ଖାଲି ଆକ୍ରମଣ କରି ଛାଡ଼ି ଦେଇଛି ଅଜଣା ଜନ୍ତୁ । ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ଅଜଣା ଜନ୍ତୁ ଗୋଡ଼ାଇ ଗୋଡ଼ାଇ ଛେଳିଙ୍କୁ ଆକ୍ରମଣ କରୁଛି । ଲୋକମାନେ ଅଜଣା ଜନ୍ତୁ ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ।

ଅଜଣା ଜନ୍ତୁ ଆକ୍ରମଣରେ ୭ଟି ଛେଳିଙ୍କ ମୃତ୍ୟୁ ହୋଇଛି ଏବଂ ଗୋଟିଏ ଛେଳି ଗୁରୁତର ଅଛି । ସୂଚନା ଥାଉକି ଦଶପଲ୍ଲା ବ୍ଲକ ସ୍ଥିତ ତୁମାଣ୍ଡି ଗ୍ରାମର ମହେନ୍ଦ୍ର ନାୟକଙ୍କ ୮ଟି ଛେଳି ଗୁହାଳରେ ବନ୍ଧା ହୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆସି ଗୁହାଳ ଭିତରେ ପଶି ଛେଳିମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ୮ଟି ଛେଳି ଆକ୍ରମଣର ଶିକାର ହୋଇ ସେଥିରୁ ୭ଟି ଛେଳିଙ୍କ ମୃତ୍ୟୁ ହୋଇଛି ଏବଂ ଗୋଟିଏ ଛେଳି ଆହତ ହୋଇଥିବା ଜଣା ପଡ଼ିଛି । ଅନ୍ୟପଟେ ଛେଳି ଗୁଡ଼ିକୁ ଚିତାବାଘ ଆକ୍ରମଣ କରିଥିବା ନେଇ ଲୋକମାନେ ସନ୍ଦେହ କରୁଛନ୍ତି । ସେହିପରି ମହେନ୍ଦ୍ରଙ୍କ ରୋଜଗାରର ସାହାରା ସାଜିଥିବା ଛେଳିଙ୍କର ଏପରି ମୃତ୍ୟୁ ହେବା ପରେ ସେ ଚିନ୍ତାରେ ଅଛନ୍ତି । ତେଣୁ ମହେନ୍ଦ୍ରଙ୍କୁ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଲୋକ କହିଛନ୍ତି ।

ତେବେ ଏ ଅଜଣା ଜନ୍ତୁକୁ ଲୋକମାନେ ବାଘ ବୋଲି ସନ୍ଦେହ କରୁଛନ୍ତି । କିନ୍ତୁ ସଠିକ ଭାବେ ଏହା ବାଘ ବୋଲି କୌଣସି ପ୍ରମାଣ ମିଳି ପାରି ନାହିଁ । ତେବେ ଏ ଅଜଣା ଜନ୍ତୁ ହାବୁଡ଼ରେ ଯଦି ମଣିଷ ପଡ଼େ ତେବେ ତାର ଅବସ୍ଥା ଯେ କଣ ହେବ ତାହା କେହି ବି ଜାଣି ନାହାନ୍ତି । ତେଣୁ ବନ ବିଭାଗ ଯଦି ଏଥିପ୍ରତି ଦୃଷ୍ଟି ଦେବ ତେବେ ଗାଁ ଲୋକେ ସୁରକ୍ଷିତ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.