ଲୋକପ୍ରିୟ ରେଡିଓ ଉପସ୍ଥାପକ ଅମନି ସୟାନୀଙ୍କ ପରଲୋକ, ୯୧ ବର୍ଷ ବୟସରେ ହାର୍ଟଆଟାକ୍
ସବୁଠାରୁ ଜଣାଶୁଣା ରେଡିଓ ଉପସ୍ଥାପକ ଅମିନ ସୟାନୀଙ୍କ ପରଲୋକ ହୋଇଛି । ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ତାଙ୍କ ପୁଅ ରଜିଲ ସୟାନୀ ମୃତ୍ୟୁ ଖବର ଘୋଷଣା କରିଛନ୍ତି ।

ପୁଣି ମନୋରଂଜନ ଦୁନିଆ ପାଇଁ ଦୁଃଖଦ ଖବର । ରେଡିଓ ବିବିଧ ଭାରତୀର ସବୁଠାରୁ ଜଣାଶୁଣା ରେଡିଓ ଉପସ୍ଥାପକ ଅମିନ ସୟାନୀଙ୍କ ପରଲୋକ ହୋଇଛି । ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ତାଙ୍କ ପୁଅ ରଜିଲ ସୟାନୀ ମୃତ୍ୟୁ ଖବର ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁରେ ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିବା ସହିତ ଟ୍ଵିଟ୍ ମଧ୍ୟ କରିଛନ୍ତି ।
ରଜିଲ ସୟାନୀ କହିଛନ୍ତି, ଅମିନ ସୟାନୀଙ୍କର ମଙ୍ଗଳବାର ଦକ୍ଷିଣ ମୁମ୍ବାଇ ସ୍ଥିତ ବାସଭବନରେ ସନ୍ଧ୍ୟା ୬.୦୦ରେ ହୃଦଘାତ ହୋଇଥିଲା । ଯାହାପରେ ତାଙ୍କୁ ତୁରନ୍ତ ଏଚ.ଏନ ରିଲାଏନ୍ସ ହସ୍ପିଟାଲକୁ ନେଇ ଯାଇଥିଲେ ପରିବାର ଲୋକେ । କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅମିନ ସୟାନୀ ପ୍ରାଣ ତ୍ୟାଗ କରିଛନ୍ତି । ଆଜି ଶେଷ ଦର୍ଶନ ପରେ ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଗତ ୧୨ ବର୍ଷ ହେଲାଣି ପିଠିରେ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତଚାପ ଏବଂ ଅନ୍ୟ ରୋଗ ରହିଥିଲା ।
One of the greatest radio presenters, Ameen Sayani has passed away.
He was the iconic presenter of the popular radio show “Binaca Geet Mala”.#RIP #AmeenSayani @MIB_India @prasarbharati @airnewsalerts pic.twitter.com/S0aO4L5a1M
— Akashvani आकाशवाणी (@AkashvaniAIR) February 21, 2024
୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିବା ଅମିନ ସୟାନୀ ରେଡିଓ ଜଗତରେ ଖୁବ ପ୍ରସିଦ୍ଧି ଲାଭ କରି ପାରିଛନ୍ତି । ଅଲ୍ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଭାଇ ହାମିଦ ସୟାନୀ ତାଙ୍କୁ ଏଥିରେ ସୁଯୋଗ ଦେଇଥିଲେ । ୧୦ ବର୍ଷ ପର୍ଯ୍ୟନ୍ତ ଏଠାରେ ଇଂରାଜୀ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଭାରତରେ ଅଲ ଇଣ୍ଡିଆ ରେଡିଓକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଅମିନ ସୟାନୀ ।
ତେବେ ୫୪,୦୦୦ରୁ ଅଧିକ ରେଡିଓ କାର୍ଯ୍ୟକ୍ରମ କରିଥିବାର ରେକର୍ଡ ରହିଛି । ସେ ୧୯,୦୦୦ ଜିଙ୍ଗଲ୍ସ ପାଇଁ ସ୍ୱର ଦେଇଛନ୍ତି । ଏଥିପାଇଁ ଲିମକା ବୁକ୍ସ ଅଫ ରେକର୍ଡରେ ନିଜର ନାଁ ଦାୟର ହୋଇଛି ।