Below header

ରାଜ୍ୟ ରାଜନୀତିରେ ହଲଚଲ୍‌, BJPରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ଯୋଗ ଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବୁଧବାର ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବିଜେପିରେ ଯୋଗ ଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବୁଧବାର ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ ଶ୍ରେଷ୍ଠ ଭାରତ ଏବଂ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ସମୟ ଆସିଛି । ବର୍ତ୍ତମାନର ସମୟ ପରିବର୍ତ୍ତନର ସମୟ, ବର୍ତ୍ତମାନର ସମୟ ସଜାଗ ହେବାର ସମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ମୋତେ ଆକର୍ଷିତ କରିଛି । ‘

ସୂଚନା ଯୋଗ୍ୟ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୨୦ ନଭେମ୍ବର ୨୯ ତାରିଖରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ପ୍ରଦୀପ ପାଣିଗ୍ରାହୀ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କୁ ବିଜୁ ଜନତା ଦଳରୁ ବିଦା ହେବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.