ବିରାଟଙ୍କ ପୁଅ ଜନ୍ମ ହେବା ପରେ ଖୁସିରେ ମିଠା ବାଣ୍ଟିଲେ ପାକିସ୍ତାନୀ

ବିରାଟ କୋହଲି ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ଲୋକେ ଶୁଭେଚ୍ଛା ଜଣାଇଛନ୍ତି । ବିରାଟଙ୍କ ପୁଅ ହେବା ପରେ ପାକିସ୍ତାନୀ କହିଛନ୍ତି, ସେମାନେ ଚାହୁଁଛନ୍ତି ଅକାୟ ମଧ୍ୟ କ୍ରିକେଟର ହୁଅନ୍ତୁ ଆଉ ତାଙ୍କ ବାପାଙ୍କ ଭଳି ରେକର୍ଡ କରନ୍ତୁ । ପାକିସ୍ତାନୀ ଏହି ଖୁସିରେ ସର୍ବସାଧାରଣରେ ମିଠା ମଧ୍ୟ ବାଣ୍ଟିଛନ୍ତି ।

ବିରାଟ କୋହଲିଙ୍କ ଫ୍ୟାନ୍‌ ଫଲୋଇଂ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ରହିଛି । ଏହାର ଉଦାହରଣ ପାକିସ୍ତାନରେ ଦେଖିବାକୁ ମିଳିଛି । ବିରାଟ କୋହଲି ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ଲୋକେ ଶୁଭେଚ୍ଛା ଜଣାଇଛନ୍ତି । ବିରାଟଙ୍କ ପୁଅ ଜନ୍ମ ହେବା ପରେ ପାକିସ୍ତାନୀ ଫ୍ୟାନ୍ସ ଶୁଭେଚ୍ଛା ଜଣାଇବା ସହ ମିଠା ବାଣ୍ଟିଛନ୍ତି ।

ବିରାଟଙ୍କ ପୁଅ ହେବା ପରେ ପାକିସ୍ତାନୀ କହିଛନ୍ତି, ସେମାନେ ଚାହୁଁଛନ୍ତି ଅକାୟ ମଧ୍ୟ କ୍ରିକେଟର ହୁଅନ୍ତୁ ଆଉ ତାଙ୍କ ବାପାଙ୍କ ଭଳି ରେକର୍ଡ କରନ୍ତୁ । ପାକିସ୍ତାନୀ ଏହି ଖୁସିରେ ସର୍ବସାଧାରଣରେ ମିଠା ମଧ୍ୟ ବାଣ୍ଟିଛନ୍ତି ।

ବିରୁଷ୍କା କହିଛନ୍ତି, ଅତ୍ୟନ୍ତ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛୁ ଯେ ଫେବୃଆରୀ ୧୫ରେ ଆମେ ଆମର ପୁତ୍ର ସନ୍ତାନ ଅକାୟ ଓ ଭାମିକାର ସାନ ଭାଇକୁ ଏ ପୃଥିବୀକୁ ସ୍ୱାଗତ କରିଛୁ । ଏହି ସୁନ୍ଦର ସମୟରେ ଆମେ ଆପଣମାନଙ୍କ ଆଶୀର୍ବାଦ ଓ ଶୁଭକାମନା ଚାହୁଁଛୁ । ଏହି ସମୟରେ ଆପଣମାନେ ଆମର ଗୋପନୀୟତାକୁ ସମ୍ମାନ କରିବେ ବୋଲି ଅନୁରୋଧ କରୁଛୁ ।

 

View this post on Instagram

 

A post shared by Virat Kohli (@virat.kohli)

ବିରାଟ କୋହଲି ମଙ୍ଗଳବାର ୨୦ ଫେବୃଆରୀରେ ସୋସିଆଲ ମିଡିଆରେ ଦ୍ୱିତୀୟ ସନ୍ତାନ ବିଷୟରେ ପୋଷ୍ଟ କରିଥିଲେ । ଫେବୃଆରୀ ୧୫ ତାରିଖରେ ବିରାଟଙ୍କ ପୁଅ ଜନ୍ମ ହୋଇଛି । ପୁଅର ନାମ ଅକାୟ ରଖାଯାଇଛି ।  ପୂର୍ବରୁ ଅନୁଷ୍କା ଗର୍ଭବତୀ ଥିବା ନେଇ ଅନେକ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏହାକୁ ଏଡାଇ ଦେଇଥିଲେ ବିରାଟ । ଅନୁଷ୍କା ଗର୍ଭବତୀ ଥିବାରୁ ବିରାଟ କିଛିଦିନ ହେଲାଣି କ୍ରିକେଟ ଠାରୁ ଦୂରେଇ ରହିଛନ୍ତି । ବିରାଟଙ୍କ ପୁଅ ଲଣ୍ଡନରେ ଜନ୍ମ ହୋଇଥିବା ଜଣାପଡିଛି ।

ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ । ୨୦୨୧ ମସିହା ଜାନୁଆରୀ ୧୧ରେ ଅନୁଷ୍କା ପ୍ରଥମେ କନ୍ୟା ସନ୍ତାନ ଭାମିକାଙ୍କୁ ଜନ୍ମ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.