Below header

ବୋର୍ଡ ପରୀକ୍ଷା ପୂର୍ବରୁ ଯମୁନାରେ ବୁଡିଗଲା ୪ ଜୀବନ, ୩ ଉଦ୍ଧାର, ଜଣେ ନିଖୋଜ

ଯମୁନା ନଦୀକୁ ୪ ସାଙ୍ଗ ହସଖୁସିରେ ଗାଧୋଇବାକୁ ଯାଇଥିଲେ । ଆଉ ଚାଲିଗଲା ୪ ଜୀବନ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି ।

ବୋର୍ଡ ପରୀକ୍ଷା ପୂର୍ବରୁ ଚାଲିଗଲା ଜୀବନ । ଯମୁନାରେ ଗତକାଲି ସନ୍ଧ୍ୟାରେ ୪ ସାଙ୍ଗ ହସଖୁସିରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ଚାଲିଗଲା ୪ ଜୀବନ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି ।

ଖବର ମୁତାବକ, ଦିଲ୍ଲୀର ବୁରାଡି ଥାନା ଅଞ୍ଚଳରେ ୪ ସାଙ୍ଗ ଆଦିତ୍ୟ ରାୱତ, ଶିବମ ଯାଦବ, ରମନ ଓ ଉଦୟ ଆର୍ଯ୍ୟ ସାଙ୍ଗ ହୋଇ ଗାଧୋଇବାକୁ ଯମୁନାକୁ ଯାଇଥିଲେ । ପାଣି ଭିତରେ ଗୋଡ଼ ଖସିଯିବାରୁ ଜଣକ ପରେ ଜଣେ ସମସ୍ତେ ବୁଡ଼ି ଯାଇଥିଲେ । ସନ୍ଧ୍ୟା ୬.୦ରେ ଏମାନେ ବୁଡିଯିବା ନେଇ ଖବର ମିଳିଥିଲା ।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ୩ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ଧାର ହେତୁ ରେସକ୍ୟୁ ଅପରେସନ ଗତ ରାତିରେ ଅଧାରେ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହୋଇଛି । ସମସ୍ତ ଛାତ୍ରଙ୍କ ବୟସ ୧୫ ରୁ ୧୭ ବର୍ଷ ହୋଇଥିବା ବେଳେ ସେମାନେ ଦଶମ ଶ୍ରେଣୀର ଛାତ୍ର ଥିଲେ। ଆଜିଠୁ ସେମାନେ ବୋର୍ଡ ପରୀକ୍ଷା ଦେଇଥାନ୍ତେ । ୩ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.