ମନୋରଂଜନ

ସୋସିଆଲ ମିଡିଆକୁ ଫେରିଲେ କରଣ ଜୋହର, ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ କଲେ ଏମିତି ପୋଷ୍ଟ

ବଲିଉଡର ଲୋକପ୍ରିୟ ପ୍ରଯୋଜକ ଓ ନିର୍ଦ୍ଦେଶକ କରଣ ଜୋହର ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଆଜି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଜୁନ୍‌ ୧୪ ରେ କରଣ ଶେଷ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଥିଲା। ସେ ସୁଶାନ୍ତଙ୍କ ସହ ନିଜ ଫଟୋ ସେୟାର କରି ମୃତ୍ୟୁ ପାଇଁ ଶୋକ ବ୍ୟକ୍ତ କରିଥିଲେ।

ଆଜି ପୁଣିଥରେ ଫେରିବା ଅବସରରେ କରଣ ଜୋହର ପୋଷ୍ଟ କରି ଲେଖିଛନ୍ତି ‘ଆମ ମହାନ୍‌ ଦେଶ ପାଇଁ…ସଂସ୍କୃତି, ଐତିହ୍ୟ ଓ ଇତିହାସର ଖଣି… ହାପି ଇଣ୍ଡିପେନ୍‌ଡେନ୍ସ ଡେ। ଜୟ ହିନ୍ଦ୍‌।’ ତେବେ ଏହି ପୋଷ୍ଟର କମେଣ୍ଟ ସେକ୍ସନ୍‌କୁ ସେ ଲିମିଟେଡ୍‌ ରଖିଛନ୍ତି। କେବଳ ତାଙ୍କ ବନ୍ଧୁମାନେ ହିଁ ଏଥିରେ କମେଣ୍ଟ କରିପାରିବେ।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍‌ ବା ପରିବାରବାଦ କଥା ଉଠିଥିଲା। ଏଥିରେ କରଣ ଜୋହରଙ୍କ ନାଁ ମଧ୍ୟ ଆସିଥିଲା। କରଣଙ୍କ ସମେତ ଆଉ କିଛି ପ୍ରଯୋଜକ ସୁଶାନ୍ତଙ୍କୁ ନିଜ ପ୍ରଡକ୍ସନ୍‌ରୁ ବୟକଟ୍‌ କରିଥିବାରୁ ଚିନ୍ତାରେ ସୁଶାନ୍ତ ଜୀବନ ହାରିଛନ୍ତି ବୋଲି କୁହାଯାଉଥିଲା। ଫଳରେ ଲୋକମାନେ କରଣ ଜୋହରଙ୍କୁ ନାନା କଡ଼ା କଥା କହିବା ଆରମ୍ଭ କରିଦେଇଥିଲେ। ଲୋକଙ୍କ ନିନ୍ଦା ଅପବାଦ ସହି ନ ପାରି କରଣ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ଦୂରେଇ ଯାଇଥିଲେ।

WCW 11

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

49 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago