ମନୋରଂଜନ

ଆଠ ଭାଇ ଭଉଣୀ ଏବଂ ମା’ଙ୍କ ସହିତ ବିତିଥିଲା କ୍ୟାଟ୍ରିନାଙ୍କ ଜୀବନ

କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ସବୁଆଡେ ଗୁଜବ ସୃଷ୍ଟି ହେଉଛି। ଅଭିନେତା ଭିକ୍କି କୌଶଲଙ୍କ ସହ କ୍ୟାଟ୍ରିନାଙ୍କ ବିବାହ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଦୁହେଁ ନିଜ ବିବାହ ଖବର ଉପରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ବିବାହର ଏହି ଆଲୋଚନା ମଧ୍ୟରେ ଆମେ ଆପଣଙ୍କୁ କ୍ୟାଟ୍ରିନାଙ୍କ ପରିବାର ଏବଂ ଜୀବନ ସହିତ କିଛି ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କହିବୁ ।

କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ। କ୍ୟାଟ୍ରିନାଙ୍କର ୩ ଜଣ ବଡ ଭଉଣୀ, ଜଣେ ବଡ ଭାଇ ଓ ୩ ସାନ ଭଉଣୀ ଅଛନ୍ତି । ଏହି ମାନଙ୍କ ଭିତରେ ବିତିଛି କ୍ୟାଟ୍ରିନାଙ୍କ ଜୀବନ, ଯିଏ ଏମାନଙ୍କ ମଧ୍ୟରେ ମଝିଆଁ ଝିଅ । ତାଙ୍କ ପିତା ମହମ୍ମଦ କୈଫ ସେ ବ୍ରିଟିଶ ବ୍ୟବସାୟୀ ଏବଂ ମାତା ସୁଜାନେ ତୁର୍କୋଟେ ଜଣେ ଓକିଲ ଏବଂ ସମାଜ ସେବୀ ଅଟନ୍ତି ।କ୍ୟାଟ୍ରିନା ଯେତେବେଳେ ଛୋଟ ଥିଲେ ତାଙ୍କ ବାପା-ମାଆଙ୍କର ଛାଡପତ୍ର ହୋଇଯାଇ ଥିଲା। ପିଲାବେଳୁ ଆଠ ଆଠଟି ପିଲାଙ୍କ ଦାୟିତ୍ୱ ଏକାକୀ ସମ୍ଭାଳିଛନ୍ତି କ୍ୟାଟଙ୍କ ମା’ । ଏଭଳି ପରିସ୍ଥିତିରେ ତାଙ୍କ ମା ଏକାକୀ ନିଜ ପିଲାମାନଙ୍କର ଯତ୍ନ ନେଉଥିଲେ। ମାଆ ନିଜ ପିଲାମାନଙ୍କୁ କୌଣସି ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି ।

ଏନେଇ ଏକ ସାକ୍ଷାତକାରରେ କ୍ୟାଟ୍ରିନା ଉଲ୍ଲେଖ କରି କହିଛନ୍ତି କି ଯେ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ମା ତାଙ୍କୁ ଜୀବନ ଦେଇଛନ୍ତି। କ୍ୟାଟ୍ରିନାଙ୍କ ସ୍କୁଲିଙ୍ଗ ବି ଅନେକ ରୋମାଂଚରେ ଭରପୁର । ଅଧିକାଂଶ ସମୟ ସ୍କୁଲ ଯାଇପାରୁନଥିଲେ । ମା’ଙ୍କୁ ନିଜ କାମକୁ ନେଇ ବିଭିନ୍ନ ଦେଶ ବଦଳାଇବାକୁ ପଡୁଥିବାରୁ ସ୍କୁଲ ଯାଇନପାରି ଘରେ ହିଁ ପଢୁଥିଲେ । କ୍ୟାଟ୍ରିନାଙ୍କ ସମେତ ଭାଇଭଉଣୀଙ୍କ ପାଠପଢା ପାଇଁ ମା’ ଏକାଧିକ ଟ୍ୟୁଟର ଯୋଗାଇଥିଲେ । ହଂକଂ ସମେତ ଚୀନ, ଜାପାନ, ଫ୍ରାନ୍ସ, ସ୍ୱୁଜରଲ୍ୟାଣ୍ଡ ଓ ଅନେକ ୟୁରୋପୀୟ ଦେଶରେ ବିତିଛି କ୍ୟାଟ୍ରିନାଙ୍କ ଜୀବନ । କ୍ୟାଟ୍ରିନା ପୋଲାଣ୍ଡ, ବେଲଜିୟମ, ହାୱାଇରେ ମଧ୍ୟ କିଛି ସମୟ ଅତିବାହିତ କରିଛନ୍ତି । ଏହା ପରେ ସେ ଲଣ୍ଡନ ଯାଇଥିଲେ । ସେଠାରେ ସେ ତିନି ବର୍ଷ ଲଣ୍ଡନରେ ରହିବା ପରେ ଭାରତ ଆସିଥିଲେ। ଭାରତରେ କିଛି କାମର କାର୍ଯ୍ୟ ଅଫର ପାଇଥିଲେ । ଯେଉଁଥି ପାଇଁ ସେ ସେଠାରେ ସିଫ୍ଟ ହୋଇ ଯାଇଥିଲେ ।

ଭାରତ ଆସିବା ପରେ ନିଜ ଉପନାମ ପରିବର୍ତ୍ତନ କରିଥିଲେ କ୍ୟାଟ୍ । ପୂର୍ବରୁ କ୍ୟାଟ୍ରିନା ଟୋରକୋଟ୍ ଲେଖାଯାଉଥିବାବେଳେ ଭାରତ ଆସିବା ପରେ ତାହା କ୍ୟାଟ୍ରିନା କୈଫ୍ ହୋଇଯାଇଥିଲା ।
ଅଭିନେତ୍ରୀଙ୍କ କହିବାନୁସାରେ, ତୁର୍କୋଟ୍ ଅପେକ୍ଷା ଲୋକମାନଙ୍କୁ କୈଫ୍ କହିବା ସହଜ ହୋଇଥିବାରୁ ସେ ଏହା କରିଥିଲେ । ଅନ୍ୟପଟେ କ୍ୟାଟ୍ରିନା ପ୍ରଥମେ ବଲିଉଡରେ ଡେବ୍ୟୁ କରିବା ପରେ ଏତେ ହିଟ୍‌ ହୋଇଥିଲେ ଯେ ସେ ସେଠାରେ ନିଜକୁ ସ୍ଥାପିତ କରିଥିଲେ । ୨୦୦୩ରେ ବଲିଉଡରେ ଡେବ୍ୟୁ କରିବା ପରେ ଭାରତରେ ନିଜ ସ୍ଥାନ ବଜାୟ ରଖିଛନ୍ତି କ୍ୟାଟ୍ । ବଡ ବଡ ଷ୍ଟାରଙ୍କ ସହ ଅଭିନୟ କରିସାରିଛନ୍ତି ।

Barsha

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago