ଆଠ ଭାଇ ଭଉଣୀ ଏବଂ ମା’ଙ୍କ ସହିତ ବିତିଥିଲା କ୍ୟାଟ୍ରିନାଙ୍କ ଜୀବନ

କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ସବୁଆଡେ ଗୁଜବ ସୃଷ୍ଟି ହେଉଛି। ଅଭିନେତା ଭିକ୍କି କୌଶଲଙ୍କ ସହ କ୍ୟାଟ୍ରିନାଙ୍କ ବିବାହ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଦୁହେଁ ନିଜ ବିବାହ ଖବର ଉପରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ବିବାହର ଏହି ଆଲୋଚନା ମଧ୍ୟରେ ଆମେ ଆପଣଙ୍କୁ କ୍ୟାଟ୍ରିନାଙ୍କ ପରିବାର ଏବଂ ଜୀବନ ସହିତ କିଛି ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କହିବୁ ।
କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ। କ୍ୟାଟ୍ରିନାଙ୍କର ୩ ଜଣ ବଡ ଭଉଣୀ, ଜଣେ ବଡ ଭାଇ ଓ ୩ ସାନ ଭଉଣୀ ଅଛନ୍ତି । ଏହି ମାନଙ୍କ ଭିତରେ ବିତିଛି କ୍ୟାଟ୍ରିନାଙ୍କ ଜୀବନ, ଯିଏ ଏମାନଙ୍କ ମଧ୍ୟରେ ମଝିଆଁ ଝିଅ । ତାଙ୍କ ପିତା ମହମ୍ମଦ କୈଫ ସେ ବ୍ରିଟିଶ ବ୍ୟବସାୟୀ ଏବଂ ମାତା ସୁଜାନେ ତୁର୍କୋଟେ ଜଣେ ଓକିଲ ଏବଂ ସମାଜ ସେବୀ ଅଟନ୍ତି ।କ୍ୟାଟ୍ରିନା ଯେତେବେଳେ ଛୋଟ ଥିଲେ ତାଙ୍କ ବାପା-ମାଆଙ୍କର ଛାଡପତ୍ର ହୋଇଯାଇ ଥିଲା। ପିଲାବେଳୁ ଆଠ ଆଠଟି ପିଲାଙ୍କ ଦାୟିତ୍ୱ ଏକାକୀ ସମ୍ଭାଳିଛନ୍ତି କ୍ୟାଟଙ୍କ ମା’ । ଏଭଳି ପରିସ୍ଥିତିରେ ତାଙ୍କ ମା ଏକାକୀ ନିଜ ପିଲାମାନଙ୍କର ଯତ୍ନ ନେଉଥିଲେ। ମାଆ ନିଜ ପିଲାମାନଙ୍କୁ କୌଣସି ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି ।
View this post on Instagram
ଏନେଇ ଏକ ସାକ୍ଷାତକାରରେ କ୍ୟାଟ୍ରିନା ଉଲ୍ଲେଖ କରି କହିଛନ୍ତି କି ଯେ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ମା ତାଙ୍କୁ ଜୀବନ ଦେଇଛନ୍ତି। କ୍ୟାଟ୍ରିନାଙ୍କ ସ୍କୁଲିଙ୍ଗ ବି ଅନେକ ରୋମାଂଚରେ ଭରପୁର । ଅଧିକାଂଶ ସମୟ ସ୍କୁଲ ଯାଇପାରୁନଥିଲେ । ମା’ଙ୍କୁ ନିଜ କାମକୁ ନେଇ ବିଭିନ୍ନ ଦେଶ ବଦଳାଇବାକୁ ପଡୁଥିବାରୁ ସ୍କୁଲ ଯାଇନପାରି ଘରେ ହିଁ ପଢୁଥିଲେ । କ୍ୟାଟ୍ରିନାଙ୍କ ସମେତ ଭାଇଭଉଣୀଙ୍କ ପାଠପଢା ପାଇଁ ମା’ ଏକାଧିକ ଟ୍ୟୁଟର ଯୋଗାଇଥିଲେ । ହଂକଂ ସମେତ ଚୀନ, ଜାପାନ, ଫ୍ରାନ୍ସ, ସ୍ୱୁଜରଲ୍ୟାଣ୍ଡ ଓ ଅନେକ ୟୁରୋପୀୟ ଦେଶରେ ବିତିଛି କ୍ୟାଟ୍ରିନାଙ୍କ ଜୀବନ । କ୍ୟାଟ୍ରିନା ପୋଲାଣ୍ଡ, ବେଲଜିୟମ, ହାୱାଇରେ ମଧ୍ୟ କିଛି ସମୟ ଅତିବାହିତ କରିଛନ୍ତି । ଏହା ପରେ ସେ ଲଣ୍ଡନ ଯାଇଥିଲେ । ସେଠାରେ ସେ ତିନି ବର୍ଷ ଲଣ୍ଡନରେ ରହିବା ପରେ ଭାରତ ଆସିଥିଲେ। ଭାରତରେ କିଛି କାମର କାର୍ଯ୍ୟ ଅଫର ପାଇଥିଲେ । ଯେଉଁଥି ପାଇଁ ସେ ସେଠାରେ ସିଫ୍ଟ ହୋଇ ଯାଇଥିଲେ ।
ଭାରତ ଆସିବା ପରେ ନିଜ ଉପନାମ ପରିବର୍ତ୍ତନ କରିଥିଲେ କ୍ୟାଟ୍ । ପୂର୍ବରୁ କ୍ୟାଟ୍ରିନା ଟୋରକୋଟ୍ ଲେଖାଯାଉଥିବାବେଳେ ଭାରତ ଆସିବା ପରେ ତାହା କ୍ୟାଟ୍ରିନା କୈଫ୍ ହୋଇଯାଇଥିଲା ।
ଅଭିନେତ୍ରୀଙ୍କ କହିବାନୁସାରେ, ତୁର୍କୋଟ୍ ଅପେକ୍ଷା ଲୋକମାନଙ୍କୁ କୈଫ୍ କହିବା ସହଜ ହୋଇଥିବାରୁ ସେ ଏହା କରିଥିଲେ । ଅନ୍ୟପଟେ କ୍ୟାଟ୍ରିନା ପ୍ରଥମେ ବଲିଉଡରେ ଡେବ୍ୟୁ କରିବା ପରେ ଏତେ ହିଟ୍ ହୋଇଥିଲେ ଯେ ସେ ସେଠାରେ ନିଜକୁ ସ୍ଥାପିତ କରିଥିଲେ । ୨୦୦୩ରେ ବଲିଉଡରେ ଡେବ୍ୟୁ କରିବା ପରେ ଭାରତରେ ନିଜ ସ୍ଥାନ ବଜାୟ ରଖିଛନ୍ତି କ୍ୟାଟ୍ । ବଡ ବଡ ଷ୍ଟାରଙ୍କ ସହ ଅଭିନୟ କରିସାରିଛନ୍ତି ।