ଟିଭି ଧାରାବାହିକ ମହାଭାରତରେ ଇନ୍ଦ୍ର ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ଅଭିନେତା ସତିଶ କୌଲ ଆଉ ନାହାଁନ୍ତି । କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ୭୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସତିଶ ବିଭିନ୍ନ ଟିଭି ଶୋ ଓ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣିନେଇଥିଲେ ।
ସେ ପ୍ରାୟ ୩୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସତିଶ ଶାହାରୁଖ ଖାନ୍, ଅମିତାଭ ବଚ୍ଚନ, ଦେବ ଆନନ୍ଦ ଓ ଦିଲ୍ଲୀପ କୁମାରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି ।
ସତିଶଙ୍କର ଜନ୍ମ କଶ୍ମୀରରେ ହୋଇଥିବାବେଳେ ଶେଷ ସମୟରେ ସେ ତଙ୍ଗାହାଲିରେ ରହିଆସୁଥିଲେ । ସତିଶ ଏକ ଆକ୍ଟିଂ ସ୍କୁଲ ମଧ୍ୟ ଲୁଧିଆନାରେ ଖୋଲିଥିଲେ । ଶେଷ ସମୟ ତାଙ୍କର ବହୁ କଠିନରେ ବିତିଥିଲା । ସତିଶଙ୍କ ପତ୍ନୀ ତାଙ୍କୁ ତଲାକ୍ ଦେଇ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ । ସତିଶଙ୍କୁ ପଞ୍ଜାବୀ ଫିଲ୍ମ ଆଓ୍ଵାର୍ଡସରେ ଲାଇଫ ଟାଇମ ଆଚିଭିମେଣ୍ଟ ଆଓ୍ଵାର୍ଡ ମିଳିଥିଲା ।
ତାଙ୍କର ଫିଲ୍ମ ମଧ୍ୟରେ ‘ପ୍ୟାର୍ ତୋ ହୋନା ହି ଥା(୧୯୯୮), ଆଣ୍ଟି ନଂ ୧(୧୯୯୮), ଜଞ୍ଜିର (୧୯୯୮), ୟାରାନା(୧୯୯୫), ଏଲାନ୍(୧୯୯୪),ଇଲ୍ଜାମ୍(୧୯୮୬) ଓ ଶିବା କା ଇନ୍ସାଫ୍(୧୯୮୫) ଭଳି ଫିଲ୍ମରେ ବଡ଼ ଓ ଅଭିଜ୍ଞତା ସମ୍ପନ୍ନ କଳାକାରଙ୍କ ସହ କାମ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…