ମନୋରଂଜନ

‘ବିଗ୍ ବସ୍ ୧୭’ ର ବିଜେତା ହେଲେ ମୁନାୱର ଫାରୁକି, ଟ୍ରଫି ସହିତ ଜିତିଲେ ହ୍ୟୁଣ୍ଡାଇ କାର

‘ବିଗ୍ ବସ୍ ୧୭’ ବିଜେତା ମୁନାୱର ଫାରୁକି ସୋସିଆଲ ମିଡିଆରେ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସବୁଠାରୁ ଅଧିକ ଭୋଟ୍ ସହିତ ମୁନାୱର ବିବି ୧୭ ଟ୍ରଫି ଜିତିଛନ୍ତି । ତାଙ୍କର ଏହି ସଫଳତା ଦେଖି କେବଳ ତାଙ୍କ ଫ୍ୟାନ୍ସ ନୁହଁନ୍ତି ଅନେକ ଷ୍ଟାରମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ‘ବିଗ୍ ବସ୍ ୧୭’ ଜିତିବା ପରେ ମୁନାୱର ଫାରୁକିଙ୍କ ପ୍ରଥମ ରିଆକ୍ସନ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ଫ୍ୟାନ୍ସ ତଥା ତାଙ୍କ ମା’ଙ୍କୁ ମଧ୍ୟ ଜିତିବା ପାଇଁ ଶ୍ରେୟ ଦେଉଛନ୍ତି । ତେବେ ଏହି  ଭିଡିଓଟି ଖୁବ୍‌ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୁନାୱର ଫାରୁକି ଟପ୍‌ ୨ରେ ଆସି ଅଭିଷେକଙ୍କୁ କମ୍ପିଟିସନ୍‌ ଦେଇ ବିଗ୍ ବସ୍ ଟ୍ରଫି ଜିତିଥିଲେ । ଏହି ସୋର ସେକେଣ୍ଡ ରନର୍‌ ଅଫ୍‌ ଅଭିଷେକ କୁମାର ହୋଇଛନ୍ତି ।

 

ଏହା ସହ ବାର୍ଥ ଡେ’ରେ ମୁନାୱରଙ୍କୁ ବେଷ୍ଟ ଗିଫ୍ଟ ମିଳିଛି । ଜନ୍ମ ଦିନରେ ! ବିଗ ବସ୍ ୧୭’ର ବିଜେତା ହେଲେ ମୁନାୱର ଫାରୁକି । ସମସ୍ତ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ବିଗ ବସ୍ ଟ୍ରଫିକୁ ନିଜ ନାଁରେ କରିଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ମୁନାୱର  । ୩୨ ବର୍ଷୀୟ ମୁନାୱର ଟ୍ରପି ସମେତ ପୁରସ୍କାର ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କାର ଜିତିଛନ୍ତି । ଏହା ପୂର୍ବରୁ କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ‘ଲକ୍ ଅପ୍ ସିଜନ୍ ୧’ ବିଜେତା ମଧ୍ୟ ରହି ସାରିଛନ୍ତି । ବିଗ ବସରେ ମୁନାୱରଙ୍କ ପର୍ସନାଲ ଲାଇଫ ଓ ଲଭ ଲାଇଫକୁ ନେଇ ବହୁ କଣ୍ଟ୍ରୋଭର୍ସି ଦେଖିବାକୁ ମିଳିଥିଲା । ତଥାପି ଶେଷ ମୁହୂର୍ତ୍ତରେ ଅଙ୍କିତା ଲୋଖଣ୍ଡେ, ମନ୍ନାରା ଚୋପ୍ରା, ଅରୁଣ ମସେଟ୍ଟି, ଅଭିଷେକ କୁମାରଙ୍କୁ ପଛରେ ପକାଇ ଟ୍ରଫି ହାସିଲ କରିନେଇଛନ୍ତି ମୁନାୱର ।  ନିଜ ବର୍ଥ ଡେ’ରେ ଏହା ତାଙ୍କପାଇଁ ବେଷ୍ଟ ଗିଫ୍ଟ ବୋଲି ତାଙ୍କ ଫ୍ୟାନ କହିଛନ୍ତି ।

 

ବିବି ୧୭ ଟ୍ରଫି ଜିତିବା ପରେ ମୁନାଓ୍ଵର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ତେବେ ଏହା ଶୁଣିବା ପରେ ଆପଣ ମଧ୍ୟ ଇମୋସ୍‌ନାଲ ହୋଇଯିବେ । ‘ବିଗ୍ ବସ୍ ୧୭’ ଜିତିବା ପରେ ସେ ବାହାରକୁ ଆସିବା ମାତ୍ରେ ମୁନାୱର ସମସ୍ତଙ୍କ ପ୍ରଶ୍ନର ଭଲ ଭାବେ ଉତ୍ତର ଦେଇଥିଲେ । ତାଙ୍କର ବିଗ୍ ବସ୍ ଯାତ୍ରା ବିଷୟରେ କଥାବାର୍ତ୍ତା କରିବା ବେଳେ ସେ କହିଥିଲେ, ‘ମୋର ଫ୍ୟାନ୍ସଙ୍କ ବିନା ମୁଁ ଆଜି ଜିତି ନ ଥା’ନ୍ତି, ଏପରି ଫ୍ୟାନ୍ସ ପାଇବା ଭାଗ୍ୟର କଥା ଏବଂ ମୁଁ ଭାଗ୍ୟବାନ ଯେ ମୋର ଫ୍ରେଣ୍ଡ ମୋତେ ବହୁତ ସମର୍ଥନ କରିଥିଲେ । ଆପଣମାନଙ୍କ ଭଲ ପାଇବା ସବୁବେଳେ ମୋ ପାଇଁ ରହିଯାଉ । ‘ବିଗ୍ ବସ୍ ୧୭’ ଜିତିବା ପରେ ଏହା ମୁନାୱର୍ ଫାରୁକିଙ୍କର ପ୍ରଥମ ରିଆକ୍ସନ ରହିଥିଲା ।

 

‘ବିଗ୍ ବସ୍ ୧୭’ବିଜେତା ମୁନାୱର ଫାରୁକି କେବଳ ତାଙ୍କ ଫ୍ୟାନ୍ସଙ୍କୁ ନୁହେଁ ତାଙ୍କ ପରିବାର ଏବଂ ମା’ଙ୍କୁ ମଧ୍ୟ ଏହି ସୋ ଜିତିବା ପାଇଁ ଶ୍ରେୟ ଦେଇଛନ୍ତି । ମିଡିଆ ସହିତ କଥାବାର୍ତ୍ତା କରିବାବେଳେ ସେ ତାଙ୍କ ମାଙ୍କୁ ମନେ ପକାଇ କହିଥିଲେ, ‘ମୋ ମା ଦୁଆ ସବୁବେଳେ ମୋ ପାଖରେ ଅଛନ୍ତି ଏବଂ ତାଙ୍କ ଆଶୀର୍ବାଦ ହେତୁ ମୁଁ ସବୁବେଳେ ସଫଳତା ପାଇଥାଏ ! ମୁଁ ସବୁବେଳେ ଚାହେଁ ମୋ ମା ମୋ ସହିତ ରୁହନ୍ତୁ ଏବଂ ତାଙ୍କ ଆଶୀର୍ବାଦ ମଧ୍ୟ ମୋ ସହିତ ରହିବା ଉଚିତ୍ । ଏହା ସହିତ ସେ ଏକ କବିତା ସହିତ ତାଙ୍କର କଥାବାର୍ତ୍ତା ଶେଷ କରିଥିଲେ ।

 

ତାହେଲେ ଆସନ୍ତୁ ଜାଣିବା ଯେ ମୁନାୱର ଫାରୁକିଙ୍କର ପୂରା ନାମ କ’ଣ ରହିଛି, ତେବେ ତାଙ୍କ ପୂରା ନାମ ହେଉଛି ମୁନାୱର ଇକବାଲ ଫାରୁକି । ସେ ଜଣେ ପ୍ରସିଦ୍ଧ ଷ୍ଟାଣ୍ଡଅପ୍ କମେଡିଆନ୍‌ , ଏହା ସହ ଅଭିନେତା ମୁନାୱର ଫାରୁକିଙ୍କୁ ଦେଶର ଲୋକମାନେ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ।
KNews Bureau

Recent Posts

ଶୁନଶାନ୍‌ ରାତିରେ ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ

ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି…

21 mins ago

ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ…

36 mins ago

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା…

49 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

50 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

1 hour ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

1 hour ago