ୟୁପିର ବାରାଣସୀରେ ଫିଲ୍ମ ଅଭିନେତା ନାନା ପାଟେକର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା କଷିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତାଙ୍କ ସୁଟିଂ ବେଳର ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସୁଟିଂ ସମୟରେ ନାନା ଏତେ ରାଗିଯାଇଥିଲେ ଯେ ତାଙ୍କର ଜଣେ ପ୍ରଶଂସକଙ୍କୁ ସେ ଭିଡ଼ ଭିତରେ ହିଁ ଚାପୁଡ଼ା ମାରିଥିଲେ। ଅଭିନେତାଙ୍କ ଆଚରଣ ଦେଖି ନେଟିଜେନ୍ମାନେ ଦୁଃଖ ପ୍ରକାଶ କରୁଛନ୍ତି।
ଭାଇରାଲ ଭିଡିଓଟି ଏକ ସୁଟିଂ ସେଟ୍ର। ଏଥିରେ ଦେଖାଯାଉଛି, ନାନା ପାଟେକର ଏକ ସିନ୍ର ସୁଟିଂ ପାଇଁ ଛିଡ଼ା ହୋଇଛନ୍ତି। ଠିକ୍ ସେତିକିବେଳେ ଜଣେ ପ୍ରଶଂସକ ନାନାଙ୍କ ନିକଟକୁ ଆସି ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ନାନା ରାଗିଯାଇ ଚାପୁଡ଼ା ମାରୁଛନ୍ତି।
ନାନା ପାଟେକର ଉତ୍ତର ପ୍ରଦେଶର ବାରାଣସୀରେ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂ କରୁଛନ୍ତି। ଫିଲ୍ମର ଏକ ସିନ୍ ପ୍ରସ୍ତୁତ ହେଉଥିବା ବେଳେ ନାନା ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ପକାଇଥିଲେ। ପରେ ୟୁନିଟ୍ର ଜଣେ ସଦସ୍ୟ ଆସି ଯୁବକଙ୍କ ବେକ ଧରି ବାହାରକୁ ନେଇଯାଇଥିଲେ। ‘ଗଦର ୨’ ଫେମ୍ ଅନିଲ ଶର୍ମା ଫିଲ୍ମ ‘ଜର୍ଣ୍ଣି’ର ନିର୍ଦ୍ଦେଶନା ଦେଉଛନ୍ତି।
ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…
ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…
ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…
ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…
ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…
ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…